ତୁମ ସହ
ମୁଁ ଚାହେଁ ଲେଖିବାକୁ ଜୀବନର ଶେଷ ଅଧ୍ୟାୟ,ତୁମ ସହ ମୁଁ ଚାହେଁ ଓଲଟାଇବାକୁ ସେଇ ଧୁଳି ଲଗା ପୁରୁଣା ଫର୍ଦ୍ଦ,ତୁମ ସହ। ମୁଁ ଚାହେଁ ସେହି ପରିତ୍ୟକ୍ତ କୋଠାଘର ଛାତ ଉପରେ ବସି ଜନ୍ହ ଆଲୁଅରେ କଥା ହେବାକୁ,ତୁମ ସହ ମୁଁ ଚାହେଁ ସେହି ନୁଆଁଣିଆ ଚାଳଘରେ ମୁଣ୍ଡ ଗୁଞ୍ଜି ରହିବାକୁ ତୁମ ସହ। ମୁଁ ଚାହେଁ ସେହି ଅମଡ଼ା ବାଟରେ ହାତରେ ହାତ ରଖି କିଛି ବାଟ ଚାଲିବାକୁ ତୁମ ସହ ମୁଁ ଚାହେଁ ସେହି ଦର ଆଉଜା ଫାଟକର ଏରୁଣ୍ଡି ଉପରେ ଠିଆ ହୋଇ ମିଶାଇବାକୁ ମୋ ହୃଦୟର ସ୍ପନ୍ଦନ ତୁମ ସହ। ମୁଁ ଚାହେଁ ବଇଶାଖ ବାଆ ଶ୍ରାବଣର ବର୍ଷା ତୁମ ସହ ମୁଁ ଚାହେଁ ସେ ଅମାନିଆ ପବନରେ ଦୋଳି ଖେଳିବାକୁ ତୁମ ସହ। ମୁଁ ଚାହେଁ ଶରତର ସେହି ମାଇ କାକରରେ ଆଖି ପରଦା ମୋ ଓଦା କରିବାକୁ ତୁମ ସହ ମୁଁ ଚାହେଁ ନଇଁ ଯାଉଥିବା ସୁରୁଜର ସାଥେ ସପନ ଚାଦର ତୁମ ସହ।
Ad
Poetry Books 50% Off
Bestselling collections from top poets
Shop Now →
