ରଥଯାତ୍ରା
ଜଗତର ନାଥ ହେ ଜଗନ୍ନାଥ ଆହେ ବଳିଆର ଭୁଜ ତୁମ ରୂପ କାନ୍ତି ଅପୂର୍ବ ସୌନ୍ଦର୍ଯ୍ୟ ନାହିଁ କାହା ତୁଳନା ସମ ।। ଭକ୍ତଙ୍କର ଦୁଃଖ କରିବାକୁ ଦୂର ଅପୂର୍ବ ଲୀଳା ଲଗାଅ ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କରି ପ୍ରଭୁ ସଭିଙ୍କୁ ଦର୍ଶନ ଦିଅ ।। ସ୍ନାନ ମଣ୍ଡପ ରେ ଭାଇ ଭଉଣୀ ଙ୍କ ସାଥେ ମନ ଉଲ୍ଲାସ ରେ ବସି 108 ଗରା ସୁବାସିଷ ଜଳେ ସ୍ନାନ କରି ହୁଅ ଖୁସି ।। ତୁମ ଲୀଳା ପ୍ରଭୁ କେ ପାରିବ ବୁଝି ଅଣସର ଘରେ ଯାଓ ଜ୍ଵର ରେ ଆକ୍ରାନ୍ତ ହୋଇ ମହାପ୍ରଭୁ ନ ଖାଇ ନ ପିଇ ରୁହ ।। ଭକ୍ତ ଙ୍କ ବିକଳ ନ ସହି ପରି କର ତୁମେ ରଥ ଜାତ ନନ୍ଦିଘୋଷେ ବସି ଦିବ୍ୟ ଦରସନେ କର ସଭିଁଙ୍କ ପାପ କୁ ମୁକ୍ତ।। ଭାଇ ଭଉଣୀ ଙ୍କ ସହ ଉଲ୍ଲାସ ମନରେ ମାଉସୀ ଙ୍କ ଘରେ ଯାଇ ମାଉସୀ ଙ୍କ ହାଥୁ ପୋଡ ପିଠା ଖାଇ ତୁମ ଜ୍ଵର ଯାଏ ଭଲ ହୋଇ।। ବାହୁଡ଼ା ଯାତ୍ରା ରେ ମହାପ୍ରଭୁ ତୁମେ ତୁମ ମନ୍ଦିର କୁ ଫେର ତୁମ ଲୀଳା ପ୍ରଭୁ ତୁମକୁ ହିଁ ଜଣା ତୁମ କରୁଣା ଅପାର।। ତୁମ ଯାତରା ରେ ରଥ ଟାଣି ବାକୁ ମନ ହୁଏ ମୋ ବିକଳ କେବେ ଲଗେଇବ ତୁମରି ଡୋରକୁ କେବେ ଆସିବ ସେ ବେଳ।। ତୁମରି ରଥର ଦଉଡ଼ି କୁ ପ୍ରଭୁ ଛୁଇଁବାର ଭଗ୍ୟ ହେଉ ତୁମ ରଥ ଟାଣି ସରଧା ବାଲିରେ ଏ ଜୀବନ ଚାଲି ଯାଉ।।
Poetry Books 50% Off
Bestselling collections from top poets
