🙏ଗୋବିନ୍ଦ ମଉସା 🙏
ମୋର ଜଣେ ବନ୍ଧୁର ଅନୁରୋଧ ରକ୍ଷା କରି 2007ରେ ଗୋଟିଏ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଭୁବନେଶ୍ୱର ଯାଇଥିଲି, ସେଠାରେ ଜଣେ 88ବର୍ଷୀୟ ବୃଦ୍ଧ ବସିଥାନ୍ତି, ଆୟୋଜକ କାର୍ଯ୍ୟକ୍ରମ ଆରମ୍ଭ କଲେ, ତିନିଜଣ ଭାଷଣ ଦେବାପରେ ସଭା ପରିଚାଳକ ବଡ ଉତ୍ସାହ ସହ କହିଲେ, ଗୋବିନ୍ଦ ମଉସା ଙ୍କୁ ଅନୁରୋଧ କରୁଛି ସେ କିଛ କଥା ରଖିବେ, ବୃଦ୍ଧ ଜଣକ ଯୁବକ ବେଗରେ ଆଗକୁ ଆସକହିବାକୁ ଏବଂ ନିଜ ପରିଚୟ ଦେଇଥିଲେ ମୁଁ ଗୋବିନ୍ଦ ଚନ୍ଦ୍ର( ପାଣ )ଜଣେ ଅବସର PHD କର୍ମଚାରୀ ମୁଁ ଜଣେ ନାସ୍ତିକ. ମୋତେ ଆସର୍ଯ୍ୟ ଲାଗିଲା ଯେଉଁ ବୟସରେ ଲୋକ ଜପ ତପ କରନ୍ତି ସେ ନାସ୍ତିକ!ସେ ତାଙ୍କର ଗୋଟିଏ ପିଲା ବେଳର କାହାଣୀ କହିବା ଆରମ୍ଭ କଲେ,ଗୋବିନ୍ଦ ମଉସାଙ୍କୁ ଯତେବେଳେ 8ବର୍ଷ ସେ ତାଙ୍କ ଗାଁ ଯାତ୍ରା ବୁଲିବାକୁ ଯାଇଥିଲେ, ସେଠାରୁ ଗୋଟିଏ କାଳୀ ମାତା ଫୋଟ କିଣିକି ଘରକୁ ଆଣିଲେ, ସେହି ଫୋଟକୁ ଘର କାନ୍ଥ ରେ ଭାତ ଅଠା ରେ ଲଗାଇ ଦେଲେ, କିଛି ଦିନ ପରେ ଗାଁ ଚଉକିଆ ସେହି ଫୋଟ ଦେଖି ଗାଁ ପ୍ରଧାନ ଙ୍କୁ ଜଣାଇ ଦେଲେ, ଗାଁରେ ସଭା ହେଲା ଗୋବିନ୍ଦ ମଉସାଙ୍କ ବାପାଙ୍କୁ 1ଟଙ୍କା 25ପଇସା ଜୋରିମାନା ଦେବାକୁ ପଡିଲା, ସେତେବେଳେ ତାଙ୍କ ବାପାଙ୍କ ଆର୍ଥିକ ପରିସ୍ଥିତି ବହୁତ ଖରାପ ସେହି ଟଙ୍କା ବି କରଜ କରି ଦେଇଥିଲେ, ସେହିଦିନ ଠାରୁ ଗୋବିନ୍ଦ ମାଉସ ନାସ୍ତିକ, ଅତିସୁଦ୍ର ଭଗବାନଙ୍କ ଫୋଟ ମଧ୍ୟ୍ୟ ରଖି ପାରିବେନି ତ ମୁଁ ପୂଜା କାହିଁକି କରିବି ଚିନ୍ତା କରି 80ବର୍ଷ କାଟିଦେଲି, ମୁଁ ଦେଖୁଥିଲି ତାଙ୍କ ବାକ୍ୟ ମୋ ଛାତି ଆର ପାର ହୋଇଯାଉଥିଲା, ମୋ ଆଖିରୁ ଲୁହ ଏବଂ ମାତିଷ୍କ କଣ ନିଷ୍ପତି ନେବ ବୁଝି ପାରୁନଥିଲା, କାର୍ଯ୍ୟକ୍ରମ ପରେ ଅନେକ କଥା ମୋତେ ବ୍ୟକ୍ତିଗତ ବୁଝାଇ ଥିଲେ,2017ରେ ଗୋବିନ୍ଦ ମଉସା ପୃଥିବୀରୁ ଚାଲିଗଲେ କିନ୍ତୁ ମୋ ମନରେ ରହିଗଲେ |
Poetry Books 50% Off
Bestselling collections from top poets
