ବର୍ଷା
କଳା ବାଦଲ ଘୋରି ଆସିଲା ଘଡଘଡି ମୋର ନିଦ ଭାଙ୍ଗ ଭାରି ରାଗ ଲାଗେ ତା ଉପରେ ଆସୁଚି ଯେବେ ମୁଁ ଘରୁ ବାହାରେ ମେଘ ଦେଖି ମୋର ମନର ମିତ ଆକାଶକୁ ଚାହିଁ ଯୋଡ଼ିଲା ହାତ ହେଲେ ସେ ବରଷା ପବନ ସାଥେ ଚାଲିଗଲା ପୁଣି ଦୁରକୁ ସତେ ଜୁହାର କରୁଚି ତତେ ଲୋ ରାଣୀ ଭିଜେଇ ଦେ ଲୋ ତା ଓଢ଼ଣୀ ଏତିକି ମାଗି ମୁଁ ଯାଇଚି ଘରୁ ଦେଖିଲି ବର୍ଷାକୁ ପୁଣି ଦୂରରୁ ଦଉଡି ଆସିଲି ପୁଣି ଛାତକୁ ଅନାଇ ରହିଲି କଳା ମେଘକୁ ଟୁପୁ ଟୁପୁ ବର୍ଷା ଆବାଜ ଶୁଣି ନିଦ ଭାଙ୍ଗିଗଲା ପ୍ରିୟାର ପୁଣି ଦଉଡି ଆସିଲା ସିଏ ଛାତକୁ ତୋଳି ନେଇଗଲା ସବୁ ଲୁଗାକୁ ପୁଣି ମୁଁ ଭାବିଲି ଭାଗ୍ୟରେ ନାହିଁ ବର୍ଷାରେ ଭିଜୁ ସେ ଦେଖିବି ମୁହିଁ ଆଖିରେ ପଡିଲା ତା ଓଢ଼ଣୀ ବର୍ଷା ପବନରେ ଉଡ଼ି ଗଲାଣି ପିଲା ଦିନ କଥା ମନେ ପଡ଼ିଲା ମୁଖରେ ମୋର ହସ ଫୁଟିଲା ବର୍ଷାରେ ଭିଯିବା ପିଲାଲିଆମି ଭଲ ହେଲା ତାର ଜମା ଯାଇନି ବର୍ଷା ଦିନେ ଯେବେ ସ୍କୁଲ୍ ସରେ ବର୍ଷାରେ ଭିଜି ସେ ଘରକୁ ଫେରେ ସତକୁ ସତ ସେ ଛାତକୁ ଆସି ଖୋଲି ଦୁଇ ହାତ ମୁରୁକି ହସ ବରଷା କୁ ଚାହିଁ ଆନନ୍ଦ ନେଇ ନାଚି ଗାଇ ସିଏ ଭିଜି ଗଲାଣି ବଡ଼ ହେଲା ପରେ ବେଶି ସୁନ୍ଦର ବେଶି ସନ୍ଦେହି ସେ ବାଗୁଲି ମୋର ରାଗି ନ ଯାଉ ସେ ମତେ ଦେଖିକି ଲୁଚି ଦେଖୁଚି ମୁ କାନ୍ଥ ପାଖିକି କାଳେ ସେ ଖରାପ ଭାବିବ ବୋଲି ବାହାରକୁ ପୁଣି ଚାଲି ଆସିଲି ତା ନଜର ପଡିଲା ମୋ ଉପରେ ମୁହଁ ମୋଡ଼ି ସିଏ କେଡେ ରାଗରେ କହି ଚାଲିଗଲା କେଡେ ଅଭଦ୍ର ଅନ୍ଧାର ଦିଶିଲା ଜଗତ ଯାକ ବୁଲି ହସିଲା ସେ ପଛକୁ ପୁଣି ରାଗ ନୁହେଁ ଇଏ ପ୍ରେମର ଠାଣି ଆକାଶକୁ ଚାହିଁ ବର୍ଷାକୁ ମୁହିଁ ଧନ୍ୟବାଦ ଟିଏ ଦେଲି ଜଣାଇ।
Poetry Books 50% Off
Bestselling collections from top poets
