ଶ୍ରୀ ଜଗନ୍ନାଥ......🙏
ଜଗତ ର ନାଥ ହେ ପ୍ରଭୁ! ଜଗନ୍ନାଥ... 🙏 ତୁମ୍ଭ ଚରଣେ ମୋର କୋଟି ନତମସ୍ତକ ବାର ମାସରେ ଯାହା ପାଇଁ ହୁଏ ତେର ଯାତ ଭକତ ନାମରେ ସେତ କାଳିଆ ସାଆନ୍ତ.... (୧) ମୁରଲୀଧର ଆହେ ମୁରଲୀ ଧରି ଧର୍ମରକ୍ଷା କଲ ପ୍ରେମକୁ ପ୍ରସାରି ସେବା ପରି ନାହିଁ ଅନନ୍ୟ ଧରମ ତୁମ୍ଭେ ବୁଝାଇଛ ସେବାର ମରମ...... (୨) ସତ୍ୟ ବନ୍ଧା ଆଜି ଅସତ୍ୟ ଦୁଆରେ ଧର୍ମ କାନ୍ଦେ ପ୍ରଭୁ ତୁମରି ପଦରେ ମିଥ୍ୟା ଜଗତ ରେ ତୁମେ ଏକା ସତ ଉଦ୍ଧାର କର ପ୍ରଭୁ!ଶ୍ରୀ ଜଗନ୍ନାଥ...... (୩) ଶ୍ରୀକ୍ଷେତ୍ର ମଣ୍ଡିତ ହେ... ଶ୍ରୀ ଜଗନ୍ନାଥ.. 🙏 ଏ ମାୟା ସଂସାରେ ଦେଖାଅ ପଥ ପଥଭ୍ରଷ୍ଟ ମୁଁ ଯେ, ପଥିକ ଅଟଇ ସମର୍ପଣ ତବ ଚରଣେ ଗୋସାଇଁ...... ~ରଞ୍ଜିତା....
Ad
Poetry Books 50% Off
Bestselling collections from top poets
Shop Now →
