ପ୍ରେମ
କ୍ଷିପ୍ତ ଆଲୋକ ର ପ୍ରତିବିମ୍ବ ସାଜି ହୃଦୟ ର ଅନ୍ଧାର କୋଠରୀ ରେ ତୁମେ ଉଜ୍ବଳିତ । ଅଗାଢ ସମୁଦ୍ର ର ଅମାନିଆ ଢେଉ ସାଜି ମୋ ଜୀବନ ରୂପୀ ସ୍ପନ୍ଦନ ରେ ତୁମେ ସ୍ପନ୍ଦିତ ।। ତୁମ ରୂପ ଲାବନ୍ୟ ରେ ଭରି ଯାଏ ମୋ ଜୀବନ ରେ ରଙ୍ଗୀନ ଇନ୍ଦ୍ରଧନୁ । ସ୍ତବ୍ଧ ରାତି ର ଚଞ୍ଚଳ ସ୍ବପ୍ନ ରେ ଭାସି ଯାଏ ସୁଗନ୍ଧିତ ରୋମାଞ୍ଚ ର ଅଣୁ ।। ତୁମ ଅନୁଭବେ ଶ୍ରାବଣ ର ମେଘ ସାଜି ପ୍ରେମ ବର୍ଷା ରେ ଭିଜୁ ଥାଏ ଦିନ ରାତି । ସାଜିଛ ହୃଦୟ ର ଗୋଲାପ ପାଖୁଡା ଆଜି ଫୁଟିବ ବାସ୍ତବ ଫୁଲ ଭାବୁ ଥାଏ ଦିନ ରାତି ।। ପ୍ରେମ ଯେ ଈଶ୍ୱର ପ୍ରେମ ପରମେଶ୍ୱର ଶୂନ୍ୟ ଆକାଶ ର ଦର୍ଘ୍ୟ ପ୍ରେମ ଅଗାଢ ଅସୀମ ବନ୍ଧନ ପ୍ରେମ । ପ୍ରେମ ନୁହେଁ ମୋର ସ୍ୱଳ୍ପ କ୍ଷଣ ର ଆମ ଆତ୍ମା ର ବନ୍ଧନ ଯୁଗ ଯୁଗ ର ।। ସୌରଭ ମହାପାତ୍ର Sourav Mahapatra
Ad
Poetry Books 50% Off
Bestselling collections from top poets
Shop Now →
