କବାଟ
ରହସ୍ୟକୁ ରସାଳ କରେ ଏ କବାଟ । ଯେତିକି କୌତୁହଳରେ ସେତିକି ଭୟ ଆଣେ ଏ କବାଟ । କେତେ କୂଟ କପଟ ଗଢେ ଏ କବାଟ । ଏକକୁ ଅନେକରେ ବାଣ୍ଟେ ଏ କବାଟ । ଆପଣା କୁ ପର ,ପରକୁ ଆପଣା କରେ ଏ କବାଟ । ମନର ପରିଚୟ କରେ ଏ କବାଟ । ଜୀବନର ଆରମ୍ଭ ଓ ଶେଷ ସ୍ମୃତି ଏ କବାଟ ।।
Ad
Poetry Books 50% Off
Bestselling collections from top poets
Shop Now →
