ଶ୍ୟାମଳୀ ରଙ୍ଗର ଝିଅଟିଏ ;🦚
ହଁ ; ଶ୍ୟାମଳୀ ରଙ୍ଗର ଝିଅଟିଏ , ନୁହେଁ ଅଧିକ ଧଳା କି ନୁହେଁ ଅଧିକ କଳା , ହଁ ; ସିଏ ଶ୍ୟାମଳୀ ରଙ୍ଗର ଝିଅଟିଏ ।। ଖିଲିଖିଲି ହସୁଥାଏ , କଥାକଥାରେ ରାଗୁଥାଏ , ବେଶୀ ଟିକେ କହିଦେଲେ ମୁହଁ ଫୁଲେଇ କାନ୍ଦୁଥାଏ , ହଁ ; ସେ ଶ୍ୟାମଳୀ ରଙ୍ଗର ଝିଅଟିଏ ।। କେହି କେହି କୁହନ୍ତି ସୁନ୍ଦର ବୋଲି , ତ ଆଉ କିଏ କୁହେ ଅସୁନ୍ଦର ବୋଲି ତଥାପି ସେ ତା ମନକୁ ବୁଝେଇଦିଏ , ଯେ ସେ ଶ୍ୟାମଳୀ ରଙ୍ଗର ଝିଅଟିଏ ।। ଭଡ ଭଡ ହୋଇ ମୁଁହରେ କହିଦିଏ , ଆଉ ପକ୍ଷୀ ପରି ଡେଣା ଝାଡ଼ି ଉଡ଼ିଯାଏ , ପାଣି ପରି ସ୍ୱଚ୍ଛ ହୃଦୟ ବୋଲି ନିଜେ ନିଜକୁ କହିଦିଅ , କାରଣ ସେ ଶ୍ୟାମଳୀ ରଙ୍ଗର ଝିଅଟିଏ ।।
Ad
Poetry Books 50% Off
Bestselling collections from top poets
Shop Now →
