ପୂଜା ପାଇଁ ଫୁଲ ଟିଏ
ମଳିନ ଚେହେରା ଆଖି ବି କୋରଡରେ ପଡିଗଲାଣି, ନୁଖୁରା ବାଳ ଆଉ ତା ସାଙ୍ଗକୁ ତାଳି ପକା ଜାମା, ତଥାପି ମନଟା ତାର ଭାରି ଖୁସି। କଣ ଗୋଟାଏ ଧରି ଦୌଡୁ ଥିଲା, ଷ୍ଟ୍ରିଟ ଲାଇଟ୍ ରେ ତା ହାତର ଜିନିଷ ଟା ଆଉ ଲକ୍ଷ୍ୟ କରି ହେଲାନି। କିଛି ସମୟ ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖିଲି, ଝିଅଟି ସୂକ୍ଷ୍ମ ଆଲୋକରେ ବରଗଛ ତଳେ ବସି ପାଠ ପଢ଼ିବାକୁ ଲାଗିଲା। ସେଦିନ ତା ପାଇଁ ମୋର ସମ୍ମାନ ବଢ଼ିଗଲା।ସକାଳ ପ୍ରାୟ 7 ଟା , ମନ ମୋର କାଇଁ ଅସ୍ଥିର ହେଲା, ଟିକେ ବାହାରକୁ ବୁଲିବାକୁ ଆସିଲି । ଆସି ଦେଖେ ତ ଝିଅଟି ମନ୍ଦିର ଆଗରେ ବସି ଫୁଲ ବିକୁଛି।କାଇଁ କେଜାଣି ଏମିତି ବାରମ୍ବାର ସେହି ମନ୍ଦିରକୁ ଯାଉଥାଏ , ଆଉ କିଛି ନ ଜଣେଇ ଖାଇବା ରଖି ଆସୁଥାଏ।ପ୍ରାୟ କିଛି ଦିନ ସେ ଆଉ ଦେଖା ଗଲା ନାହିଁ,ବହୁତ୍ ଚେଷ୍ଟା କଲି କିନ୍ତୁ ତାର ଖବର ମିଳିଲା ନାହିଁ। ପ୍ରାୟ ରାତି 9 ଟା ସମୟ, ନ୍ୟୁଜ ଖୋଲି ଦେଖେ ତ,ସେହି ଝିଅଟି ଧର୍ଷଣ ର ଶିକାର ହୋଇଛି। ସେଦିନ କାହିଁକି କେଜାଣି ମୁଁ ବହୁତ୍ କାନ୍ଦି ଥିଲି ଏକ ଅଜଣା ଲୋକ ପାଇଁ ମୋ ମନ ଅସ୍ଥିର ଥିଲା।
Poetry Books 50% Off
Bestselling collections from top poets
