ମୂଲ {{✍🏻ଆକାଂକ୍ଷାମୟୀ ଦାଶ}}
ମୂଲ ପାଇବାକୁ ଏ ସଂସାରେ ସବୁ କରମରେ ବ୍ରତି ଥାନ୍ତି ଯିଏ ଯେଉଁ କର୍ମ କରନ୍ତି ସଂସାରେ ତାର ମୂଲ ସେ ପାଆନ୍ତି || ମୂଲିଆ କାମକୁ ତର୍ଜମା କରିକି ଦାତ ତାର ଫଳ ଦ୍ୟନ୍ତି ଦାତା ଙ୍କର କୃପା କରୁଣା ପ୍ରାପତେ ମୂଲିଆ ଧନ୍ୟ ହୁଅନ୍ତି ll କାମନା ବାସନା ହିଂସା ବାଦ କ୍ରୋଧ କର୍ମ ମୂଲ ଭୟଙ୍କର ଅପକର୍ମେ ଗଣା ସେହି କର୍ମ ସବୁ ମୂଲ୍ୟହୀନ ଫଳ ତାର || ଦୟା କ୍ଷମା ଧର୍ମ ଶାନ୍ତି ପ୍ରୀତି କର୍ମ ସାତ୍ତ୍ୱିକ କରମେ ଗଣା ଏ କରମ ମୂଲ ଅମୂଲ୍ୟ ସମ୍ପଦ ସଂସାରେ ହୁଏନି ବଣା || ଜୀବ ମୂଳ ଲକ୍ଷ୍ୟ ମୂଲ ପାଇବାକୁ କରମରେ ବ୍ରତି ହେବା ନିଷ୍କାମ କରମେ ପରମାତ୍ମା ହିତେ ସଂସାର ତରି ବାହିବା || ବଲାଙ୍ଗୀର
Ad
Poetry Books 50% Off
Bestselling collections from top poets
Shop Now →
