ଅଭୁଲା
ତୁମେ ବର୍ଷାରେ ଭିଜୁଥିବା ଗୋଲାପ ଫୁଲଟିଏ ମୁଁ ଦୂରରେ ତୁମକୁ ଦେଖୁଥିବା ଏକ ଭ୍ରମର , ବର୍ଷା ର ମାଡ଼ରେ , ନିଃଶ୍ୱାସ ପ୍ରାୟ ସରିଆସିଲାଣି କିନ୍ତୁ ତୁମକୁ ଦେଖିବାର ଅଭିଳାଷ ଏବେ ବି ମନରୁ ଯାଇନି ।। ତୁମର ସେହି ପଲକ ର ଆଢ଼ୁଆଳରେ ମୋର କିଛି ସାଇତା ଛବିକୁ ମନେ ପକାଇ ବିଗତ ଶ୍ରାବଣ ର ଛୁଆଁ କୁ ମୁଁ ଅନୁଭବ କରିପାରୁଛି ।। ତୁମର କିଛି ଅଧାଗପ ର ଶେଷ କୁ ମୁଁ ଏବେ ବି ଲେଖିବାକୁ ଚେଷ୍ଟା କରୁଛି, ଯାହାର ଗାଳ୍ପିକା ତୁମେ ଦିନେ ଥିଲ ।।
Ad
Poetry Books 50% Off
Bestselling collections from top poets
Shop Now →
