ଅନ୍ତିମ ଅନୁଭୂତି
ଆମ୍ବୁଲାନ୍ସ ର ଚାରି କାଚ ର ପରିଧି ଭିତରେ ଯନ୍ତ୍ରଣା ରେ ଜର୍ଜରିତ ମୋ ଅଜା ଓ ତାଙ୍କ ନିସ୍ତେଜ୍ ଦୁଇ ଆଖି ଯେମିତି କହୁଥିଲା ଏବେ ମୁଁ ମୋ "ନାତୁଣୀ" ପାଖରେ ଠିକ୍ ସମୟରେ ପହଞ୍ଚିଯାଇଚି ମାନେ ମୋ ନାତୁଣୀ ମୋତେ ପୁନଶ୍ଚ ଭଲ କରିଦେବ!!! ଅଜା ଙ୍କୁ ସବୁବେଳେ ଲାଗୁଥିଲା ତାଙ୍କ "କୁନିଆ" ହିଁ ତାଙ୍କ ବଳ ଓ ତାଙ୍କ ର ବୃଦ୍ଧାବସ୍ଥା ର ସହା ଭରୋସା. ଆଶାର ଆଲୋକ!! ଅଜା ଙ୍କୁ ଓ ମୋ ପରିବାର କୁ ମୁଁ ଆଶ୍ଵାସନା ଦେଇଚାଲୁଥିଲି "ମୁଁ !! ଅଛି, ତମେମାନେ ଡରିବା କିଛି ଦରକାର୍ ନାହି!!! ହସ୍ପିଟାଲ ର ସବୁ ଡକ୍ଟର ମାନକ ସହ ମୁଁ ଭଲଭାବରେ ପରିଚିତ!! ସେମାନେ ଅଜା ଙ୍କ ର ଭଲ ଭାବରେ ଯତ୍ନ ନେବେ!! ଆଉ ସେୟା ହୀ ହେଲା !!ତାଙ୍କ ନାତୁଣୀ ଯୋଇଁ Dr.Ak ଙ୍କ ତତ୍ତ୍ଵାବଧାନରେ ସେ ଚିକିସ୍ତିତ ହେଉଥିଲେ !! KIMS ର ପ୍ରତିଟି କର୍ମଚାରୀ ତାଙ୍କ ର ସେବା ରେ ଲାଗିଥିଲା!!4 ଡକ୍ଟର ଜାଗାରେ 8ଡକ୍ଟର ଲାଗୁଥିଲେ!!ଆଉ ସମସ୍ତେ ସୁଦୃଢତା ର ସହ କହୁଥିଲେ କି ଅଜା!!ଠିକ୍ ହେଇଯିବେ, କିନ୍ତୁ ମୁଁ ସେତେବେଳେ ସନ୍ଧେହ ର ଘେର ରେ ଥିଲୀ ଆଉ ମୋତେ ଲାଗୁଥିଲା"ଏ ବୋଧେ!! ମୋର୍ ଅଜା ଙ୍କ ଶହ ମୋର୍ ଅନ୍ତିମ ଦର୍ଶନ " କିନ୍ତୁ ମନ ତ ଅମାନିଆ,କୋଉଠି ନ କୋଉଠି ଲାଗୁଥିଲା ,ମୁଁ ଯେମିତି ହେଲେ ଅଜା ଙ୍କୁ ଠିକ୍ କରିବି !! ମୋ ସାରା ପରିବାର ଭଗବାନ ଙ୍କ ନିକଟରେ ଅଜା ଙ୍କ ଜୀବନ ର ଭିକ୍ଷା ମଗିଚାଲୁଥିଲେ!!! ମୁଁ ଥିଲି ମୋ ପରିବାର ପାଇଁ ଭଗବାନ!! ମୁଁ ଆଇସିୟୁ ଇନଂଚର୍ଜ Dr. Avinas Bhai,Dr. Anshuman Bhai ଙ୍କୁ ଦୃଢ଼ ଭବରେ ପଚାରିଲି କି ଆପଣ ମାନେ ଚେଷ୍ଟା ତ ବହୁତ କରିଛନ୍ତି କିନ୍ତୁ ଆପଣ ସାତ କୁ କାଇଁ ସାମ୍ନା କରୁନାହାନ୍ତି, କାଇଁ କହିଦେଉନାହାନ୍ତି କି ମୋ ଅଜା ଆଉ ବହୁତ ଦିନର ଅତିଥି ନୁହନ୍ତି ବୋଲି !
Poetry Books 50% Off
Bestselling collections from top poets
