ସୁପ୍ତ
ସୁପ୍ତ ସେ ଆଗ୍ନେୟଗିରି ଲାଭା ସୁପ୍ତ ସେ ଅଶ୍ମର ମନ୍ଦ ପ୍ରଭା ସୁପ୍ତ ଆକାଶର ସେ ଅମଳିନ ଜହ୍ନ ସୁପ୍ତ ମୋ ମନେ ଆଜି ବି ସେ ଗୋଲାପୀ ଗଜରା ଗଭା ।। ସୁପ୍ତ ସେ କାହାଣୀ ନଦୀର ସାଗରର ଗୁପ୍ତ କଥା ତୃପ୍ତ ମନର ଆବିଳତା ପାଇଁ ହୃଦୟେ ଅସହ୍ୟ ବ୍ୟଥା ଶାନ୍ତ ପାହାଡ଼େ ମୁକ୍ତ ପକ୍ଷୀର ମଧୁର କୁହୁକ ଗାଥା ଶୂନ୍ୟ ଅନ୍ତରାଳେ ସୁନାମ ପାଇଁ ଜଞ୍ଜାଳରେ ବନ୍ଧା ମଥା ।। ଏ କି ପ୍ରକାର କଥା ସୁପ୍ତ ଅଛି ବୋଲି ଛାଡ଼ିଦେବି କଣ ପ୍ରାଣ ରୁ ପ୍ରିୟ କବିତା ଏମିତି ହିଁ ମିଳେ ବଞ୍ଚିବାର ଆଶା ଶାମୁକା ଭିତରେ ମୁକ୍ତା ଶ୍ୟାମଲୀଳା ଯୋଗେ ହେଉଛି ସେ ଧୀରେ ଅଶ୍ଵମେଧ ଯଜ୍ଞ କର୍ତ୍ତା ।। ସୁପ୍ତ ଘରର ଅକୁହା ବେଦନା ସୁପ୍ତ ମାଆର କୋହ ସୁପ୍ତ ବାପାଙ୍କ ଲୁଚାଛପା କାନ୍ଦ ଭାବବିହୀନ ସେ ମୁହଁ "ପୁଅରେ ମୋ କଥା ମାନେ ତୁ ଆମରି ପାଖରେ ରହ" ଶେଷଦିନ ଯାଏଁ ଛାଡ଼ିଲେନି ଜେଜେ ନାତି କୁ ଦେଖିବା ମୋହ ଆଉ କଣ କରିବି କୁହ ଆସିଛି ପରା ମୁଁ ଯୁଦ୍ଧ ଲଢ଼ିବାକୁ ଯୁଦ୍ଧଭୂମି ମୋର ଗୃହ ।। ସୁପ୍ତ ପଡ଼ିଗଲା ମାଟିର କାହାଣୀ ଘର ବନ୍ଧ ଦ୍ୱାର ଡେଇଁ ଆରମ୍ଭ ସେଇଠୁ ଶେଷ ବି ସେମିତି ଭାଗ୍ୟର ହିଁ ଖେଳ ପାଇଁ ସୁପ୍ତ ଅଛି ବୀର ଯୁଦ୍ଧଭୂମିରେ କେତେ ଦିନୁ ଅଛି ଶୋଇ ସୁପ୍ତ ମୁଁ ଉଠିବି ଶ୍ମଶାନରୁ ପୁଣି ନୂଆ ମଣିଷଟେ ହୋଇ ।।
Poetry Books 50% Off
Bestselling collections from top poets
