ତୁମେ ଆସିବ ବୋଲି
ତୁମେ ଆସିବ ବୋଲି.... କେତେଦିନୁ ଅପଲକ ନୟନେ ଚାହିଁ ରହିଛି ଏଇ ଅବୁଝା ମନ ବିତିଯାଇଛି କେତେ ରାତି ସରିଯାଇଛି କେତେ ଦିନ ଆଉ ବୁଢ଼ି ଅସୁରୁଣୀର ସୁନାଫରୁଆ ରେ ବାନ୍ଧି ହୋଇ ରହିଯାଇଛି କେତେ ଯେ ସପନ,ତୁମେ ଆସିବ ବୋଲି। ତୁମେ ଆସିବ ବୋଲି.... କାହିଁ କେତେଦିନୁ ଖୋଲା ଅଛି ଏଇ ଦରଭଙ୍ଗା ରାଜମହଲର ଅଭଙ୍ଗା ଦରଜା ଆଉ ତୁମ ସ୍ପର୍ଶ ପାଇଁ ଏ ଓଠ ଫାଟକ ଆଜିବି ଦର ଆଉଜା। ଆଉ ହଁ ,ତୁମେ ଆସିବ ବୋଲି.... ଆଜି ବାଦଲ ଛାଇରେ ଲୁଚିଯାଏ ଜହ୍ନ ଆଉ ପଦ୍ମ କଣ୍ଟକରେ ଛନ୍ଦି ହୁଏ ମନ ଆଜି ସ୍ମୃତି ସବୁ ମଥା ପିଟେ ହୃଦୟ ବୁକୂରେ ଆଉ ଅତୀତ ଲୁଚିଯିବାକୁ ଚେଷ୍ଟା କରେ ବର୍ତ୍ତମାନର ରେଣୁରେ। ତୁମେ ଆସିବ ବୋଲି.... ଆଜି ପାଦ ମୋର ଡେଇଁଯାଏ ସବୁ ସୀମା ଆଉ ଲଂଘିବାକୁ ଚାହେଁ ସବୁ ମର୍ଯ୍ୟାଦା ମୁଁ ଦେଇଥିବା ପାଉଁଜିର ସ୍ୱର ଟିକେ ଶୁଣିବା ପାଇଁ ଏ କାନ କରିଛି ବହୁଦିନରୁ ଅପେକ୍ଷା,ତୁମେ ଆସିବ ବୋଲି। ତୁମେ ଆସିବ ବୋଲି , ଆଜି ଅଦିନେ ଆସିଛି ବର୍ଷା ଆଉ ସେ ବର୍ଷାରେ ତୁମକୁ ଭିଯିବାର ଦେଖି ମନେ ମନେ କରେ ଈର୍ଷା ତୁମେ ବି ମାନିନୀ ଅଭିମାନୀ ପ୍ରିୟା ମତେ କର ଲୋକହସା,ମତେ କର ଲୋକ ହସା। ତୁମେ ଆସିବ ବୋଲି... ତୁମେ ଆସିବ ବୋଲି,ଆଜି ଅଦିନେ ଗାଉଛି କୋଇଲି ସତେ ଯେମିତି ଆସିଛି ତାର ଋତୁରାଜ ବସନ୍ତ ଆଉ ତୁମ ଗଭାରେ ଗୁନ୍ଥା ଗଜରା ମହକେ ମନ ହୁଏ ହନ୍ତସନ୍ତ। ତୁମେ ଆସିବ ବୋଲି.. ଆଜି ବଉଳେ ଆମ୍ବ ବଉଳ ସତେ କି ଯେମିତି ଫଗୁଣର ଫଗୁ ଆସିଛି ଶୀତ ସକାଳ। ଆଉ ସେ ଶୀତୁଆ ସକାଳେ ତୁମରି ବଦନେ ସୁରୁଜ କିରଣ ଦେଖି ସତେକି ଯେମିତି କୃଷ୍ଣଚୂଡ଼ା ରଙ୍ଗେ ପ୍ରକୃତି ଦେଇଛି ମାଖି ଆଉ ତୁମେ ବଡ଼ ନିରୀମାଖି ତୁମରି ଆଖିରେ ଆଖି ମିଶାଇ ମୁଁ ତୁମ ଅପେକ୍ଷାରେ ରହିଲି ଜୀବନ ରାସ୍ତାରେ ଏକାକୀ ଚାଲୁଛି ତୁମେ ଆସିବ ବୋଲି,ପ୍ରିୟା ତୁମେ ଆସିବ ବୋଲି।
Poetry Books 50% Off
Bestselling collections from top poets
