ବାର ମାସ ତେର ପର୍ବ
ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତି ,ଓଡ଼ିଆଙ୍କ ଗରବ, ବାର ମାସରେ ପାଳନ୍ତି ,ସେମାନେ ତେର ପରବ ll ବୈଶାଖର ଚନ୍ଦନଯାତ୍ରା ହେଉ କି େଜ୍ୟଷ୍ଠର ରଜ, ପାଳନ କରନ୍ତି ପ୍ରତିଟି ପର୍ବ , କରି ହସ ମଉଜ ll ଅଷାଢ଼ର ରଥଯାତ୍ରା ତ ପୁଣି ଶ୍ରାବଣର ମହାସୋମବାର , ଭାଦ୍ରବରେ ଗଣେଶ ଚତୁର୍ଥୀ ସହ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କର ll ଆଶ୍ବିନର ଦଶହରା ତ କାର୍ତ୍ତିକର ରାସପୂର୍ଣ୍ଣିମା , ମାର୍ଗଶିର ମାଣବସାରେ , ମା’ କମଳାଙ୍କ ମହିମା ll ପୌଷରେ ଧନୁସଂକ୍ରାନ୍ତି ହେଉ କି ମାଘରେ ମକର , ପର୍ବର ପିଠାପଣାରେ ମହକୁ , ଥାଏ ପ୍ରତି ପୁର ll ଫାଲ୍ଗୁନରେ ମହାଶିବରାତ୍ରି ତ ପୁଣି ଚୈତ୍ରରେ ହୋଲି , ମନୁଷ୍ୟର ଜୀବନରେ ଭରିଯାଏ ଖୁସିର ରଙ୍ଗୋଲି ll ପର୍ବର ପବିତ୍ରତା, ଭରିଦିଏ ଜୀବନରେ ଶୁଦ୍ଧତା , ଆତ୍ମାର ଶାନ୍ତି ସହ, ଆଣିଦିଏ ମନରେ ଏକାଗ୍ରତା ll
Ad
Poetry Books 50% Off
Bestselling collections from top poets
Shop Now →
