କଳା ଠାକୁର
କଳା ତୁଳସୀର ମହମହ ବାସ ମନ ମହକାଇ ଦିଏ କଳା ଦିଅ ମୋର ହେ କଳା ଠାକୁର ଶ୍ରୀ ମନ୍ଦିରେ ଶୋଭାପାଏ । କଳା ବଇଁଶୀର ସୁମଧୁର ସ୍ଵର ଆନମନା ମତେ କରେ କଳା ମେଘମାଳା ଆକାଶ କୋଳରେ କଳା ଶ୍ରୀମୁଖ ତା ଦିଶେ । କଳା କଜଳର ଧାରରେ ଧାରରେ ତା ମୁଖ ଝଳସୁଥାଏ କଳା କାହ୍ନୁ ମୋର ପାଟଶାଢ଼ୀ ପିନ୍ଧି ମନ ଚହଳାଇ ଦିଏ । କଳା ନଟବର ନାଗର ସେ ମୋର କରିଛି ମୋ ମନେ ଘର କଳା ବଦନରେ କଳା ବୋଳି ହୋଇ ହୋଇଛି ପରା ମୋହର । କଳାଟୀକା ଟିଏ ଲଗେଇଦେ ମତେ କରିବୁନି କେବେ ପର ଦୁଇ ହାତ ଯୋଡ଼ି ନିଜକୁ ସମର୍ପି ଶରଣେ ପଶିଲି ତୋହର । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ
Ad
Poetry Books 50% Off
Bestselling collections from top poets
Shop Now →
