ବନ୍ଧୁତ୍ୱ......
ବନ୍ଧୁତ୍ୱ ଏକ ଚିରନ୍ତନ ଶାଶ୍ୱତ ପ୍ରେମ କୃଷ୍ଣ ସୁଦାମା ଦୁହେଁ ଜ୍ଵଳନ୍ତ ମରମ ବନ୍ଧୁତ୍ୱ ର ବାରିଧାରା ଅଟଇ ମଧୁର ବନ୍ଧୁତ୍ୱ ତୁଲ୍ୟ ନାହିଁ ତୁଳନାର........ (୧) ବନ୍ଧୁତ୍ୱ ଏକ ଅପୂର୍ଵ ପ୍ରେମର ମହକ ମନ, ତନୁ, ହୃଦୟ କୁ କରଇ କୁହୁକ ସହସ୍ର ମଧ୍ୟରେ ପାଇଛି ତୁମକୁ ହୃଦେ ରହିଥିବ କାଳ କାଳ କୁ...... (୨) ସାଗର ବୁକୁରେ ଶାମୁକା ଯେମିତି ମୋ ମନ ମନ୍ଦିରେ ତୁମେ ରହିଛ ସେମିତି ଅସହାୟ ଜୀବନେ ସାଥି ତୁମେ ମୋର ପଥିକ ମୁଁ ଅଟେ ତୁମ ଚଲାପଥ ର........ (3) ଜଗତର ନାଥ ପ୍ରଭୁ! ଜଗନ୍ନାଥ ତୁମ୍ଭ ଚରଣେ ମୋର କୋଟି ନତମସ୍ତକ ବନ୍ଧୁତ୍ୱ ର ଡୋରି ଥାଉ ସଦା ନିତି ସ୍ୱର୍ଗ ରେ ଥାଇ ମୁଁ ଦେଖୁଥିବି ନିତି........(୪)
Ad
Poetry Books 50% Off
Bestselling collections from top poets
Shop Now →
