ପ୍ରେମ ରେ ପଡିଥିବା ଝିଅ
ପ୍ରେମରେ ପଡିଥିବା ଝିଅ ଲୁଚାଏ ଆଖିର ଲୁହ କାଳେ ତାଙ୍କୁ କଷ୍ଟ ହେବ , ପୁଣି ସବୁ ଲୁହ ଅଜାଡି ଦିଏ ନିଜକୁ ହାଲ୍କାକରିବାକୁ l ବେଳେ ବେଳେ ନିଜକୁ ସଜାଏ ଟିକିଲି ଲଗାଏ , ଝୁମୁକା ନାଏ କାନରେ , ପୁଣି ନିଜ ମୁକୁଳା ଚୁଟି କୁ ଶ୍ରେୟ ଦିଏ ସୁନ୍ଦରତାର l ଗୋଲାପୀ ରଙ୍ଗ ର ଶାଢ଼ୀ ପିନ୍ଧେ ମୁଣ୍ଡରେ ଫୁଲ ଖୋସି ଅଇନା ଆଗରେ ଠିଆ ହୁଏ ପ୍ରେମିକ କୁ ପଚାରେ , ମୁଁ କେମିତି ଲାଗୁଚି ? ଚାନ୍ଦ କୁ ପ୍ରତିଛବି କହିବାକୁ ପଛାଏନି ସେ ନିଚ୍ଛକ ପ୍ରେମିକ , ହାଲ୍କା ହସେ ଧୀରେ କଥା କୁହେ ପୁଣି ନିଜର ପିଲାଳିଆମୀ କୁ ଚିତ୍କାର କରି ଦର୍ଶାଏ, ତା ମନ ପସନ୍ଦ ର ମଣିଷ ଆଗରେ l ନାଲି ଗୋଲାପ ର ଅଳି ନ କରି ମାଗେ ପେନ୍ଥାଏ ମଧୁମାଳତୀ , ହାତ ଧରି ଅଧିକାର ଜାହିର କରେନି ପୁଣି ମନରେ ବାନ୍ଧେ ଅସୁମାରୀ ସ୍ବପ୍ନ l ସ୍ୱାଧୀନ ପ୍ରେମ ପକ୍ଷୀ କୁ ଖୋଲା ଆକାଶ ରେ ଉଡ଼ିବାକୁ ଦିଏ , ପୁଣି ନିଜ ଛୋଟ ପଞ୍ଜୁରୀ ରେ ତା ଅପେକ୍ଷା ବି କରେ l ହଁ ସେ ପ୍ରେମରେ ପଡିଥିବା ଝିଅ l
Poetry Books 50% Off
Bestselling collections from top poets
