ଭାଷା:-
ଆଜିର ଅନେକ ଛାତ୍ରଙ୍କୁ ଏହା ଜଣାନଥିବ ଯେ ଭାରତୀୟ ଭାଷାର ବର୍ଣ୍ଣମାଳା ବିଜ୍ଞାନରେ ଭରା । ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଅଟେ ଓ ସଠିକ ଗଣନାର ସହ କ୍ରମିକ ରୂପରେ ରଖାଯାଇଛି । ଏହିପରି ବୈଜ୍ଞାନିକ ଦୃଷ୍ଟିକୋଣ ଅନ୍ୟ କୌଣସି ବିଦେଶୀ ଭାଷାର ବର୍ଣ୍ଣମାଳାରେ ନାହିଁ । ଯେପରିକି- କ ଖ ଗ ଘ ଙ - ଏହି ପାଞ୍ଚ ସମୂହକୁ 🌺କଣ୍ଠ୍ୟ🌺 କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ । ଚ ଛ ଜ ଝ ଞ - ଏହି ପାଞ୍ଚ ସମୂହକୁ 🌺ତାଲବ୍ୟ🌺 କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ତାଳୁରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ । ଟ ଠ ଡ ଢ ଣ - ଏହି ପାଞ୍ଚ ସମୂହକୁ 🌺ମୂର୍ଦ୍ଧନ୍ୟ🌺 କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ମୂର୍ଦ୍ଧାରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ । ତ ଥ ଦ ଧ ନ - ଏହି ପାଞ୍ଚ ସମୂହକୁ 🌺ଦନ୍ତ୍ୟ🌺 କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ଦାନ୍ତକୁ ଛୁଇଁଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ । ପ ଫ ବ ଭ ମ - ଏହି ପାଞ୍ଚ ସମୂହକୁ 🌺ଓଷ୍ଠ୍ୟ🌺 କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଦୁଇ ଓଠ ପରସ୍ପର ସହିତ ମିଶିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ । *ଦୁନିଆର ଅନ୍ୟ କୌଣସି ବି ଭାଷାରେ ଏପରି ବୈଜ୍ଞାନିକ ଦୃଷ୍ଟିକୋଣ ନାହିଁ ! ନିଃସନ୍ଦେହ ଆମ ଭାଷା ଉପରେ ଆମର ଗର୍ବ ଅନୁଭବ ହେବା ଉଚିତ !
Poetry Books 50% Off
Bestselling collections from top poets
