।। ସ୍ୱାର୍ଥପର ।।
ସବୁ ଶାମୁକା ରୁ ମୋତି ମିଳେ ନାହିଁ , କି, ସବୁ ଫୁଲର ନାହିଁ ବାସ ।। ସବୁ ଋତୁ ନୁହେଁ ବସନ୍ତ ସମାନ , କି, ସବୁ ମାସ ନୁହେଁ ମଧୁ ମାସ ।। ସବୁ ଜୀବନ ରେ ସୁଖ ଲେଖା ନାହିଁ , କି, ସବୁ ଓଠେ ନାହିଁ ହସ ।। ସବୁ ରାତି ନୁହେଁ ପୁନେଇ ସମାନ , କି, ସବୁ ଫଳ ନୁହେଁ ମିଠା ।। ସବୁ ଏଠି ନୁହେଁ ସତ୍ୟ , କି, ସବୁ ଏଠି ନୁହେଁ ମିଥ୍ୟ ।। ସବୁ ଏଠି ନୁହନ୍ତି ନିଜର , ଆଉ ସବୁ ପୁଣି ଏଠି ସ୍ୱାର୍ଥପର ।।
Ad
Poetry Books 50% Off
Bestselling collections from top poets
Shop Now →
