ଜୀବନର ଶୂନ୍ୟତା।
ଜୀବନର ଶୂନ୍ୟତା କଣ ଓ କାହିଁକି, ଏହି ସବୁ ଠାରୁ ଅଜଣା ମୋ ମନ, ତୁ ଚାଲିଗଲା ପରେ,ଶୂନ୍ୟତା କଣ ଧୀରେ-ଧୀରେ ଜାଣିଲା ମୋ ମନ। ଯେବେ ଗାଁ କୁ ଯାଏ ରୋଷେଇ ଘରୁ ନେଇ ଦୁଆର ମୁଣ୍ଡ ଯାଏ, ତୋ ହାତ ରନ୍ଧା ସନ୍ତୁଳା - ଡ଼ାଲମା ମହକ ମନକୁ ଭୟେ। ପେଟ ଭରା ଖାଇଥିଲେ ମଧ୍ୟ,ତୋ ହାତରୁ ପଖାଳ ଖାଇ ମନ ସନ୍ତ ହୁଏ। ଯା' ହାତ ଧରି ମୁଁ ଚାଲିବା ସିଖିଲି, ଯା' ପାଖରେ କେତେ ଅଳୀ ଅଝଟ କରିଲି, ସେ ଯେ ମୋତେ ଆଉ ଦେଖା ଯାଉନାହି । ଜୀବନ ଧନ କରି ଯିଏ ଜନ୍ମରୁ ରଖିଥିଲା,ମା ପରି ଯିଏ ଯତ୍ନ ନେଉଥିଲା, ଆଜି କେତେ ମୁଁ ଡାକୁଛି ହେଲେ ତା ଉତ୍ତର ଆସୁନାହିଁ। ମୋ ଆଖିରେ ଲୁହ ଦେଖିଲେ ତା ଆଖି ଭାରିଆସୁଥିଲ, ମୋ ଖୁସି ରେ ସିଏ କେତେ ଯେ ଖୁସି ହଉଥିଲା, ଦିନେ ମୁଁ ଡାକିଲି ଫେରିଆସେ ମୋ ପାଖକୁ ମୋ ସୁନା ଆଈ, କେଜାଣି ଋଷି କୁଆଡେ ସେ ପାଲେଇଯାଇ। ଆକାଶ ଯେବେ ସଫା ଥାଏ, ମନ କୁ ଲାଗେ ସେ ଶାନ୍ତିରେ ଅଛି। ଯେବେ ଯେବେ ମେଘ ଦିଶେ ଆକାଶ ରେ,ମନ କୁ ଲାଗେ ସେ ମୋତେ ଖୋଜୁଛି। ତୋ ବିନା ଏ ଜୀବନ ଯେପରି ଶୂନ୍ୟ ସଜିଗଲା,ଧୀରେ ଧୀରେ ଜୀବନ ଟା ଶୂନ୍ୟତା ଜଣାଇ ଦେଇଗଲା। ସ୍ମୃତିରେଖା ନନ୍ଦ।
Poetry Books 50% Off
Bestselling collections from top poets
