କବିତା ଲେଖୁଥିବା ଝିଅ
ଅନ୍ୟ ସବୁ ଝିଅ ପରି ଏ କବିତା ଲେଖୁଥିବା ଝିଅ, ଏତେ ସୁକୁମାରୀ ନୁହଁ... ମନ ତାର ନିର୍ମଳ ପୁଣି କାଚମାର୍କା ମୁହଁ, ଓଃ ସେଇ କବିତା ଲେଖୁଥିବା ଝିଅ... ହସ ତାର ଚୁନା ଚୁନା ଆଖିରେ ଆଖିଏ ଲୁହ.. ଅନ୍ୟ ସବୁ ଝିଅ ପରି ଏ କବିତା ଲେଖୁଥିବା ଝିଅ, ସେତେ ସୁକୁମାରୀ ନୁହଁ । ତଥାପି ଏ କବିତା ଲେଖୁଥିବା ଝିଅକୁ, କିଏ କେତେ କଥା କୁହେ... କିଏ କୁହେ ସେ କବିତା ଲେଖୁଥିବା ଝିଅ, ଟିକେ ଦୁଷ୍ଟ, କିଏ କୁହେ ଟିକେ ମିଷ୍ଠ ,କିଏ କୁହେ ଭାରି ସିଷ୍ଟ, ଆଉ କିଏ କୁହେ ଟିକେ ରୁଷ୍ଟ ବି.... କିନ୍ତୁ ଯଉ କଥା କେହି କୁହନ୍ତି ନି, ସିଏ ଲେଖେ ଧାଡ଼ିଏ କବିତାରେ, ଜୀବନର ଲୁପ୍ତ ଅବଶିଷ୍ଟ । ଆଉ ପୁଣି କିଏ ତାକୁ କେତେ କଥା କୁହେ, ପଥର ଖଞ୍ଜିତ ପର୍ବତକୁ ବି ସେ, ତା କବିତା ମାଧ୍ୟମରେ ସଚଳ କରାଏ । ମନର କଳାପଟାରେ ତାର, ଆଙ୍କେ କେତେ ନୂଆ ନୂଆ ସ୍କେଚ୍... କିଏ ପୁଣି କୁହେ ତାକୁ, ସେଇ କବିତା ଲେଖୁଥିବା ଝିଅଟି , ଭାରି..ଇନୋସେଣ୍ଟ୍...।
Ad
Poetry Books 50% Off
Bestselling collections from top poets
Shop Now →
