ଝିଅ
ଝିଅ ବୋଲି ତାକୁ ଭାବନାହିଁ ହୀନ , ଅମୂଲ୍ୟ ରତନ ଟିଏ । ଘରେ ଝିଅ ଘରଟି ସୁନ୍ଦର, ସରଗର ପରି ସିଏ । ସେନେହ ମମତା ଦୁଃଖ ସୁଖ ସାଥେ , ସଭିଙ୍କୁ କଳେଇ ନିଏ । ନିଜେ ଦୁଃଖ ସହି ସୁଖ ବାଣ୍ଟିଚାଲେ , ତା ପରି ହୋଇବ କିଏ । ବାପା ମାଆଙ୍କର ଅଲୀଅଳି ଝିଅ, ସୁନା ବୋହୁ ଶାଶୁ ଘରେ । ଦୁଇ କୁଳ ହିତେ ଅଟେ ସେ ଦୁହିତା, ବୁଝି ଯାଅ ତାକୁ ଥରେ । ବାପଘର ମାନ ରଖିଥାଏ ଧ୍ୟାନ, ଶାଶୁ ଘର ସନମାନ । ନିପୁଣ ଭାବରେ ଝିଅଟେ ଲିଭାଏ, କରି କେତେ ଯତନ । ଆପଣାକୁ ପର ପରକୁ ଆପଣା, କରିପାରୁଥାଏ ଯିଏ । ସହନ ଶୀଳର ଜୀବନ୍ତ ପ୍ରତିମା , ଅଟେ ପରା ଝିଅ ସିଏ । ମାନବ ସମାଜେ ସୃଷ୍ଟି ସଂଜୀବନୀ, ଆଗକୁ ବଢାଇ ନିଏ । ସେ ଜୟା ଜନନୀ ଭଗିନୀ ରୂପେରେ, ତ୍ରିଶକ୍ତି ର ରୂପ ଟିଏ । ଆଜିର ଝିଅଟି କାଲିର ଭବିଷ୍ୟ, ସୁଦୃଢ଼ ସପନ ଟିଏ । ସଂସାର ରଥରେ ସେ ଦକ୍ଷ ସାରଥୀ, ଝିଅଟି ଚଳାଇ ନିଏ । ଝିଅ ନୁହେଁ ସେତ ଦେବୀ ପ୍ରତିମା ଅଟେ ,ଯାହାର କପାଳେ ଥାଏ । ତା' ଘର ମନ୍ଦିରେ ଜନମ ନିଏ ସେ , ଝିଅ ରୂପେ ତାକୁ ପାଏ । ଏ ଅଧମ କବି ଭାବେ ଅନୁଭବି ଝିଅ କଥା ସିନା କୁହେ ସୁଜ୍ଞାନୀ ପାଠକେ ବିଚାର କରିବେ ଝିଅ କି ରତନ ନୁହେଁ??? 🥰🥰🥰
Poetry Books 50% Off
Bestselling collections from top poets
