ଏମିତି ବି ପ୍ରେମ ହୁଏ
ତୁମେ ଅଜଣା ପଥିକ ଜାଣିଶୁଣି ଆସ ସ୍ମୃତି କାଦୁଅର ଭଙ୍ଗା ଚାଳଘରେ ତୁମ ଅଧରେ ଅଧିର କାମନାର ବାସ ନିତି ଯାଳୁଥାଏ ମତେ ନୀରବରେ। କେତେ ଯେ କାମନା ଉଙ୍କିମାରେ ମନେ ତୁମେ ପାଖେ ଥିଲେ ସାଥି ମୁଁ ଶାନ୍ତ ସମୁଦ୍ରର ଅଶାନ୍ତ ଢେଉଟେ ତୁମେ ନିର୍ଜନ ବେଳାଭୂମି ,ମୁଁ ନିରବ ରାତ୍ରି। ତୁମ କର୍ଣ୍ଣ କୁଣ୍ଡଳେ କୁଞ୍ଚିତ କେଶ ଶଶିକଳା ପରି ଦିଶେ ତୁମ ରକ୍ତରଞ୍ଜିତ ନାଲି ଓଠ ଦେଖି ଲାଜେ ଲାଜେ ମୁଁ ହସେ। ତୁମ ଅପେକ୍ଷାରେ ଶ୍ୱାସରୁଦ୍ଧ ହୋଇ ବୁଢିଆଣୀ ଜାଲେ ହୋଇଯାଏ ଛନ୍ଦି କହି କି ପାରିବ କିଏ ତୁମ ପ୍ରିୟା ସପନରେ ଆସି କର ମତେ ବନ୍ଦୀ। ଥକି ଯାଏ ପାଦ ଜୀବନ ବୁକୁରେ ଜୁଆର ଭଟ୍ଟା ର ସାଥେ ବୁଡ଼ିଯାଏ ମନ ପ୍ରେମ ପାରାବାରେ ତୁମ ସ୍ମୃତି ସାଥେ ସାଥେ, ପ୍ରିୟା ତୁମ ସ୍ମୃତି ସାଥେ ସାଥେ।
Ad
Poetry Books 50% Off
Bestselling collections from top poets
Shop Now →
