ମୁଁ ଜହ୍ନକୁ ଭଲପାଏ
ମୁଁ ଜହ୍ନକୁ ଭଲପାଏ, ହେଲେ ମୁଁ ଯେମିତି ପାଗଳଟିଏ ସେ ବି କଣ ପାଗେଳୀ ଟାଏ। ମୁଁ ତାକୁ ନିଜର ଭାବେ ହେଲେ ସମସ୍ତଙ୍କୁ ସମାନ ଭାବି ସେ ତାର ଶୀତଳତା ବାଣ୍ଟି ଦିଏ। ଆକାଶର ମେଘ ବି ତାକୁ ଘେନି ନେଇ ଲୁଚାଇଦିଏ ହେଲେ ତଥାପି ସେ ନୀରବ ରହେ । ସେ କଣ ଅନ୍ତର୍ଯ୍ୟାମୀ ନା ସେ ମତେ ଅବିଶ୍ବାସ କରେ ଜାଣେନି ହେଲେ ସେ ହୃଦୟ ଜିଣି ନିଏ। ମୁଁ ଯେବେ ତାକୁ କହେ ଶୁଣୁ ତୋର ଯାହା ଇଚ୍ଛା କହ ହେଲେ ହେଲେ ସେ ଚୁପ୍ ରହେ । ସେ ବୋଧେ ମିଛ ଭାବେ ହସେ ନ ହେଲେ ସତ କଥା ଜାଣି ମୋତେ ଅପେକ୍ଷା ରେ ରଖିଦିଏ । ବେଳେବେଳେ ଠକ କହେ ପୁଣି ବେଳେବେଳେ ନିର୍ଲଜ କହି ସିଏ ଲଜ୍ଜ୍ୟା ଦେଇ ଚାଲିଯାଏ । ତାର କିଛି ଲୋଡା ନାହିଁ , ଭାବେ, କେଜାଣି ମୋ ଠାରୁ ନେବା ପାଇଁ ବୋଧେ ସିଏ ମନା କରିଦିଏ । କଣ ସତରେ ସେ ପଗେଳୀ ଟିଏ ନା ନା ମୁଁ ତା ପ୍ରେମରେ ପାଗଳ ହୋଇଥିବା ପାଗଳ ଟିଏ ।
Ad
Poetry Books 50% Off
Bestselling collections from top poets
Shop Now →
