ପରିଚୟ
ଆଜି ମୁଁ ଖୋଜୁଛି ପରିଚୟ ମୋର, ମୁଁ ଜାଣିନି, ମୁଁ ହୋଇଛି କ୍ରୁରତାର ଶିକାର | ନିଜ ଦେଶରେ ଖୋଜେ ପାଇବାକୁ ମୋର ଅଧିକାର | କେଉଁଠି ଲାଞ୍ଚ୍ଛନା ଖାଏ ରାସ୍ତା ମଝିରେ, କେତେ ଥର ସଢ଼ିଛି, ଡଷ୍ଟବିନ ଭିତରେ, | ଆଜି ବି ହାରିନି ମୁଁ, ଖୋଜେ ପରିଚୟ ମୋର , ନେତା ମନେ କୁହନ୍ତି ତୁ ଅମକ ଦଳର, ତୁ ଜାଣିନୁ ଦଳ ପତାକା ଧରିବା ତୋ ଅଧିକାର | ଧର୍ମ ଗୁରୁମନେ କୁହନ୍ତୁ, ତୁ ଅମକ ଧର୍ମ ର, ତୋ ଝାଳ ବୁହା ଟଙ୍କା, ଧର୍ମ ନା ରେ ଖର୍ଚ୍ଚ କରିବା ତୋର ଅଧିକାର | କେତେ ଥର ହୋଇଲିଣି, ସଢ଼ି ଯାଇଥିବା ବିଚାରର ଶିକାର | ଆଜି ବିି ଖୋଜୁଛି ପରିଚୟ ମୋର, ଜାଣିଲିଣି ନେତା ଓ ଧର୍ମଗୁରୁ ପରିଚୟ ଦେବ ଆଳରେ ନେଇଯିବେ ଅସ୍ତିତ୍ୱ ମୋର | ସତେରେ କଣ ଫେରିପାଇବି ପରିଚୟ ମୋର, ମୁଁ ଜଣେ ସାଧାରଣ ନାଗରିକ ଏହି ଭାରତର |
Ad
Poetry Books 50% Off
Bestselling collections from top poets
Shop Now →
