ଆଜି କାଇଁ ଭଲଲାଗେ-୨
ଆଜି କାଇଁ ଭଲଲାଗେ ଶେଷ ଶ୍ରାବଣର ସ୍ପର୍ଶ ପାଇ ଝଡିଯିବାକୁ ଏକ ବୃକ୍ଷର ପତ୍ର ଭଳି ଆଜି କାଇଁ ଭଲଲାଗେ ପହିଲି ବର୍ଷାର ପହିଲି ଛୁଆଁରେ ବୁଡ଼ିଯିବାକୁ ଦୂର ପାହାଡ଼ର ବେଳ ଭଳି। ଆଜି କାଇଁ ଭଲଲାଗେ ଜୀବନର ଅପରାହ୍ନରେ ତୁମ ପ୍ରତୀକ୍ଷାର ଅନ୍ତ ଘଟାଇ ଏକ ନୂତନ ବନ୍ହି ହୋଇ ଅବନିରେ ମିଶିଯିବାକୁ ଆଜି କାଇଁ ଭଲ ଲାଗେ ଏଇ ନିର୍ଜୀବ ବକ୍ଷକୁ ତୁମ ଛନ୍ଦା ଅଧରର ସ୍ପର୍ଶ ଦେଇ ସବୁଦିନ ଶୋଇଯିବାକୁ। ଆଜି କାଇଁ ଭଲଲାଗେ ହୃଦୟର ଫାଙ୍କା କାଗଜରେ ପ୍ରେମ କଲମର ରଙ୍ଗୀନ କାଳିରେ କବିତ୍ୱର ଦ୍ୱାହି ଦେଇ ତୁମ ପ୍ରତାରଣାକୁ ଆଉଥରେ ସାଇତିବାକୁ ଆଜି କାଇଁ ଭଲଲାଗେ ମଧୂପ ପରି ଆଉଥରେ ତୁମ ନୟନ ପୁଷ୍ପରୁ ମଧୁ ଚାଖିବାକୁ। ଆଜି କାଇଁ ଭଲଲାଗେ ଛାତିତଳେ କୁହୁଳୁଥିବା ଏକ ନୀରବ ଅବସୋଷକୁ ପ୍ରତାରଣାର ନାମ ଦେଇ ସବୁଦିନ ଚୁପ୍ ହୋଇ ରହିଯିବାକୁ ଆଜି କାଇଁ ଭଲଲାଗେ ଏ ନିରୀହ ହୃଦୟର ବିରହ ବେଦନାକୁ ମନତଳେ ଚାପି ଫୁଲ ସଜା ବିଛଣାରେ ଚିର ନିଦ୍ରାରେ ସୋଇଯିବାକୁ ।
Ad
Poetry Books 50% Off
Bestselling collections from top poets
Shop Now →
