ଶନିବାର 🫠
ହଁ, ଆଜ୍ଞା ମୁଁ ହିଁ ଶନିବାର , ମୋତେ ସମସ୍ତେ ଭଲପାଆନ୍ତି , କାହିଁକି ନା ସପ୍ତାହର ଶେଷରେ ଆସିଥାଏ ମୁଁ।। ମୋ ଦିନରେ କିଛି ଲୋକଙ୍କ HALF -DAY ହୋଇଥାଏ , ତ ସ୍କୁଲ ପିଲାଙ୍କର ୧୧ଟାରେ ଛୁଟି ହୋଇଥାଏ ଆଉ ହଁ ସ୍କୁଲ ପିଲାମାନେ ମୋତେ ଟିକେ ଅଧିକ ଭଲପାଆନ୍ତି କାରଣ ମୋ ବାରରେ ମିଳିଥାଏ ସେମାନଙ୍କୁ ଅଣ୍ଡା 🥚😃 ।। ଆଉ ସବୁ କର୍ମଚାରୀଙ୍କ କଥା ନ କହିଲେ ତ ଭଲ 🕺; କିନ୍ତୁ ଦୁଃଖ ଲାଗେ ମୋତେ ପ୍ରତ୍ୟେକ ଶ୍ରମିକ ଓ ଗୃହିଣୀ ମାନଙ୍କ ପାଇଁ 😥 ।। ନଚେତ୍ ମୋ ଦିନର ଅନୁଭବ ହୁଏ ତ କିଛି ନିଆରା ।। ହଁ, ରବିବାର ସନ୍ଧ୍ୟା ଠାରୁ ମୋ ସନ୍ଧ୍ୟାକୁ ଲୋକେ ବହୁତ ଭଲପାଆନ୍ତି , କାହିଁକି ନା ସମସ୍ତେ ଡେରିରେ ଶୋଇ , ରବିବାର ଡେରିରେ ଉଠିବାକୁ ଭଲପାଆନ୍ତି ।। କିଛି କାମ କରନ୍ତି ନାହିଁ , ଶାନ୍ତିରେ ଶୋଇ ଆରାମ ପାଆନ୍ତି ।। ସତରେ ମୋ ରାତିଟି ଅତି ସୁନ୍ଦର , କାହିଁକି ନା ସୋମବାରର ଚିନ୍ତା ନ ଥାଏ।। ରବିବାରର ଖୁସିଟିକୁ ମୁଁ ହିଁ ଜଣେ, ଯିଏ ପ୍ରଥମେ ଉପଭୋଗ କରିଥାଏ।। କାରଣ ଏହି ଦିନଟି ସପ୍ତାହର ଶେଷଦିନ....... (କେବଳ ସେହି ନିଜ ସ୍ବପ୍ନ ସହ ସଂଘର୍ଷ କରୁଥିବା ଉଚ୍ଚାକାଂକ୍ଷାମାନଙ୍କୁ ଛାଡି.......📝)
Poetry Books 50% Off
Bestselling collections from top poets
