ଅବୁଝା ମନ
ସବୁ ବୁଝେ, ପୁଣି ଅବୁଝା ହୋଇ ଉଠେ ତୁମ ପ୍ରେମରେ | ଭାବେ ଅପେକ୍ଷା କରିବିନି, କିନ୍ତ ନିଜକୁ ପାଏ ଅପେକ୍ଷା ରତ ତୁମ ବାଟରେ | ମଜବୁତ ମଣିଷ ଟା କାନ୍ଦି ଉଠେ,ଏକ ଅଜଣା ଭୟରେ, ସବୁ ଭୟ ଚାଲିଯାଏ, ତୁମକୁ ପାଇ ପାଖରେ | ସବୁ ବୁଝେ, ପୁଣି ଅବୁଝା ହୁଏ ନିରୀହ ଶିଶୁ ପରି ତୁମ ପାଇଁ, ମୋର ବ୍ୟାକୁଳତା,ମଜବୂର କରେ କାନ୍ଦିବା ପାଇଁ | ତୁମେ ବୁଝାଅ, ଖରାପ ଲାଗେ ତଥାପି ଅବୁଝା ହୁଏ, ମାପ ଜୁପ କରି ପ୍ରେମ କରି ପାରେନା, ତୁମ ପାଇଁ ପାଗଳ ହୁଏ | କହିବାକୁ ଗଲେ ଭଲ ଲାଗେ ଅବୁଝା ହେବାକୁ, ଭାବେ ଏବେ ତ ଅଛ ତୁମେ ମୋତେ ବୁଝେଇବାକୁ |
Ad
Poetry Books 50% Off
Bestselling collections from top poets
Shop Now →
