ମୁଁ ଯଦି ଜଣେ କବି ହୁଅନ୍ତି
ମୁଁ ଯଦି, ଜଣେ କବି ହୁଅନ୍ତି, ଜହ୍ନ କୁ ଜହ୍ନ ନୁହଁ ତମ ମୁଁହ କହନ୍ତି । ରାତିର ନୀରବତା ଭିତରେ ବସି, ମୁଁ ତୁମକୁ ଶୁଣନ୍ତି , ଜହ୍ନ ଯୋଛନାର ପରଦାରେ ଅପୁରା ସ୍ୱପ୍ନ ବୁଣନ୍ତି , ମୁଁ ଯଦି ଜଣେ କବି ହୁଅନ୍ତି... ମୋ ଅଛପା କବିତାର ତମେ ହେଇଥାନ୍ତ ଆଖ୍ୟା , ପ୍ରତିଟି ପଦରେ ହୁଅନ୍ତା ତମରି ବ୍ୟାଖ୍ୟା । ତମ ସରୁ ସରୁ ଅଙ୍ଗୁଳି ରେ, ଗଢନ୍ତି ଆଶାର ଟୋକେଇ , ତମକୁ ନିଜ ନାରେ ନୁହଁ, ଡାକନ୍ତି ମୋର କହି । ସବୁ ନୀରବତାରେ ତମ ପାଦଧ୍ଵନି ଶୁଣନ୍ତି, କେହି ମୋ କଳ୍ପନା ସୀମା ଖୋଜିଲେ , ତମର ପରିଧି ଦେଖାନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... ମୋ ଭାବନାର ସବୁ ଗନ୍ତବ୍ୟ ସ୍ଥଳ ହୋଇଥାନ୍ତା ତମ ନା , ପ୍ରତିଟି ଲେଖାର ତାତ୍ପର୍ଯ୍ୟ ହୁଅନ୍ତା ତୁମରି ବର୍ଣ୍ଣନା ପବନରେ ସୁଗନ୍ଧ ପରି ତମକୁ ଉଡେଇ ନିଅନ୍ତି, ହୃଦୟକୁ ମୋ , ତମରି ଘର କହନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... କଲମ ମୋର ତୁମ ଚାରି ପଟେ ବଳୟ ଟାଣନ୍ତା, ତମ ଆଖିର କଜଳରେ ,ମନ କଲମ ତମକୁ ଆଙ୍କି ଦିଅନ୍ତା । ତମ ଚେହେରା କୁ ମନ ଆଇନାରେ ଛାପି ରଖନ୍ତି, ଛତ ଉପରେ ବସି ତମ କଥା ତାରାକୁ କୁହନ୍ତି । ଅବଶିଷ୍ଟ ଜୀବନର ପ୍ରତିବିମ୍ବ , ତମ ଅପଲକ ଆଖିରେ ଦେଖନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି...। ମୋ ଅନ୍ଧାର କୋଠରୀର, ତମେ ହୋଇଥାନ୍ତ ମହମ ବତୀ। ଆଖିରୁ ଝରୁଥିବା ତମ ଲୁହ, ହୁଅନ୍ତା ମୋ ସଞ୍ଚୟ ମୋତି। ମୋ କବିତାର ନିର୍ଜନ ବାରଣ୍ଡା, ତମେ ଆସିଲେ ମହ ମହ ବାସି ଉଠନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... ମୋ ନୀରସ କବିତାର ତମ ଲାଜକୁ ଅଳଙ୍କାର କରନ୍ତି, ଦରଭଙ୍ଗା ଜୀବନ ମୋଟର ସାଇକଲ ରେ ତମ ହସଟା ଇନ୍ଧନ, ଆଉ , ନିଛକ ଜୀବନରେ ତମ ପ୍ରେମକୁ ଅମ୍ଳଜାନ କରନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... ।।
Poetry Books 50% Off
Bestselling collections from top poets
