ଖେଳ କ୍ରିକେଟ୍ ର
ଷୋହଳ ବରଷ ପିଲାଟି , ବ୍ୟଟ୍ ହାତରେ ଧରି ମନରେ ଭୟ ନେଇ ଟାଣିନେଲା ଏକ ଗାର , ପ୍ରଥମ ଥରରେ ନାକରୁ , ବୋହିଲା ରକତ ଧାର। ଯନ୍ତ୍ରଣା ଗମ୍ଭୀର, କ୍ଷତ ବିକ୍ଷତ ସେ ଦର୍ଶକ ଙ୍କ ମୁହଁ ଚାହିଁ, ମୁଁ ନିଶ୍ଚୟ ଖେଳିବି, ସାହସ ଦେଖାଇ, ଇତିହାସ ଲେଖେ ପୁଣି। କ୍ୟାନସର ପରି ରୋଗ ହରାଇ ପରିଲାନାହିଁ ଯୁବକର ମନ ଚିନ୍ତା, ଆତ୍ମବିଶ୍ବାସ ବଳବାନ୍ ପୁଣି ଜିତାଈ ଆଣିଲା ଭାରତକୁ କରିଦେଲା ବିଶ୍ଵ ବିଜେତା। ଭରସା ନଥିଲା ଟିକେଟ କଲେକ୍ଟର ଦିନେ ଖେଳିବ ବୋଲି କ୍ରିକେଟ, କେତେ ଦୁଃଖ କଷ୍ଟ ସହିଛି ପିଠିର ହାଡ଼ ଭାଙ୍ଗିଯାଉ ପଛେ ହାରିଯାଇନି, ଅସୀମ ଭଲ ପାଇବା ଦେଇ ଗଲା ସେ, ତା ପାଇଁ ... କାନ୍ଦିଥିଲା ଦିନେ ଭାରତ। କେତେ ଘର କେତେ ସଂସାର ଉଜୁଡ଼ି ଯାଇଛି ଖେଳର ଜୀବନେ ଭାଙ୍ଗି ପଡିନି, ମୁଣ୍ଡ ଟେକି ଆଜି ଖୁସିରେ ଚାଲୁଛି ଭାରତୀୟ ବୋଲି ଆଜି ଗର୍ବ କରୁଛି।।। @pandaji..
Ad
Poetry Books 50% Off
Bestselling collections from top poets
Shop Now →
