ଆଶୀର୍ବାଦ
ସିନ୍ଦୂର ଚନ୍ଦନ ଅକ୍ଷତ କୁସୁମ ( ୨) ଆମେ ଦଉଛୁ ତୁମକୁ, ଆମେ ପୂଜୁଛୁ ତୁମକୁ ( ୨) ଗୁରୁଦେବ ଆଶୀର୍ବାଦ ଢାଳିଦିଅ ତୁମ । ସିନ୍ଦୂର ଚନ୍ଦନ ଅକ୍ଷତ କୁସୁମ....... ଛାତ୍ର ବିଶେଷତା ଛାତ୍ର ବଳିଷ୍ଠତା (୨) ସବୁତ ତୁମରି ଦାନ , ତୁମ ଆଶିଷରେ ମିଳିଯାଏ ସବୁ (୨) ଛାତ୍ରଟି ହୁଏ ମହାନ । ସବୁ ମହିମା ତୁମରି,କୃପା କରହେ ସବୁରି (୨) ଗୁରୁଦେବ ଆଶୀର୍ବାଦ ଢାଳିଦିଅ ତୁମ । ସିନ୍ଦୂର ଚନ୍ଦନ ଅକ୍ଷତ କୁସୁମ....... ଜୀବନ ବଗିଚା ଆମେ ଟିକି ଫୁଲ (୨) ତୁମେ ଯେ ମାଳୀ ଆମର , ବାସ ଭରିଦିଅ ଈଶ୍ବରେ ମିଶାଅ (୨) ଚେତନା ଜାଗ୍ରତ କର । ତୁମ ଅମୃତ ପରଶ, ପାଇ ହବୁ ଆମେ ଧନ୍ୟ (୨) ଗୁରୁଦେବ ଆଶୀର୍ବାଦ ଢାଳିଦିଅ ତୁମ । ସିନ୍ଦୂର ଚନ୍ଦନ ଅକ୍ଷତ କୁସୁମ.......
Ad
Poetry Books 50% Off
Bestselling collections from top poets
Shop Now →
