#କ୍ଯାମ୍ପସ_୧୪ କିସ୍ ସ୍ମୃତି କଥା
ପ୍ଲସ ଥ୍ରୀ ପାଷ୍ଟ ଇଅର ପଢିଲା ବେଳକୁ ଆମ ଜୀବନରେ ନୂଆ କିଛି ଘଟିବାର ଆଶା ଉଜ୍ଜିବିତ ହେଲା କେବଳ ମୋର ନୁହେଁ ମୋ ପରି ଅନେକ ପୁଅ ଝିଅଙ୍କର ବି। ଆମେ ରହୁଥିଲୁ କ୍ଯାମ୍ପସ ୧୦ରେ। ତେବେ ଯୋଉ ଦିନଠାରୁ କ୍ଯାମ୍ପସ ୧୪ରେ ଆମ କଲେଜ ପିଲାଙ୍କ କ୍ଲାସ ଆରମ୍ଭ ହେଲା ଅନେକ ପିଲାଙ୍କ ମନ କୁରୁଳି ଉଠିଲା। ପ୍ରଥମତଃ ଆମ ହଷ୍ଟେଲ କ୍ଯାମ୍ପସରୁ କିଲୋମିଟର ଦୂରରେ ଥିଲା। ଯୋଉଠି ଆଇଟିଆଇ ପିଲାଙ୍କ କ୍ଲାସ ହେଉଥିଲା। ତେବେ ଖୁସି ଏଥିପାଇଁ ଯେ ବାଟରେ ଗଲାବେଳେ ଗୋଟାଏ ନାଳ,ଗୋଟିଏ ବସ୍ତି ପଡୁଥିଲା। ଆଉ କ୍ଲାସ ସାରି ଫେରିଲା ବେଳେ ମୁଢି ମିକ୍ଚର,ବିସ୍କୁଟ କିଣି ଆଣୁଥିଲୁ ନଚେତ୍ ସିଙ୍ଗିଡା,ବରା,ଅଣ୍ଡା ଚପ ଖାଇ ଫେରୁଥିଲୁ। ଝିଅ ପିଲା ପାଇଁ ଭଲ ସୁଯୋଗ ହେଉଥିଲା ଏଥିପାଇଁ ତାଙ୍କୁ ତ ଅନ୍ୟବେଳେ ବାହାରକୁ ଯିବାର ସୁଯୋଗ ନଥିଲା ତେଣୁ ସେଇ କଲେଜ ଯିବା ମଉକାରେ ଅନେକ ଯାବତୀୟ ଜିନିଷ କିଣି ଆଣୁଥିଲେ। କେବଳ ସେଥିକି ହିଁ ନୁହେଁ କିଏ କାହାର ସେଟିଙ୍ଗ୍ ଯଦି ହୋଇଯାଇଥିବ ତେବେ ତ ତାଙ୍କ ଦୁଇଙ୍କର ବାଟ ସରୁନଥିବ ଆଉ ମନେ ମନେ ଗୁଣୁଗୁଣୁ ହେଉଥିବେ ତୁ ଧିରେ ଧିରେ ଚାଲରେ ସମୟ...ଆଉ ମନ ଭିତରେ କିଛି ବାଟ ଚାଲି ପୁଣି... ଏମିତି ହୃଦୟ ଭିତରେ ବାଜୁଥିଲା। ଆର୍ଟସ ପିଲାଙ୍କ ସକାଳେ ସାତରୁ ଗୋଟାଏ ହେଉଥିଲା। ଆଉ ଆମ ସାଇନସ, କମର୍ସ ପିଲାଙ୍କ ଦୁଇଟାରୁ ପାଞ୍ଚଟା ହେଉଥିଲା। ସେଇ କ୍ଯାମ୍ପସରେ ବୋଧେ ଏକ ବର୍ଷ କ୍ଲାସ ହେଲା। ଭାରି ମଜା ଆଉ ମସ୍ତିରେ ଦିନ କଟିଥିଲା। ବେଳେବେଳେ ଏତେ ଦୂର କ୍ଲାସ ଯିବାକୁ ବି ଇଛା ହେଉନଥିଲା। ବାଧ୍ୟ ବାଧକତା ଭଳି ଲାଗୁଥିଲା ହେଲେ ବିଚରା କିଛି ଉପାୟ ନଥିଲା କାରଣ କ୍ଲାସ ନଗଲେ ସାର ମାମଙ୍କ ପାଟି ଆଉ କମ୍ପ୍ଲେଲନ ସେଇଟା ବଡ ହଇରାଣ କରୁଥିଲା ଆଉ ବଙ୍କ ମାରି ହେଉନଥିଲା।
Poetry Books 50% Off
Bestselling collections from top poets
