ସରୋଜ
@ବିଘ୍ନେଶ୍ୱର ବାରିକ ହୃଦୟରେ କୋମଳତା ଭରି । ହସୁଥାଏ ସଦା ଅନ୍ୟର ଖୁସିରେ ।। ନିଜେ ବଞ୍ଚିବା ଶିଖିଛି ପଙ୍କରୁ । କେମିତି ବଞ୍ଚିହୁଏ ଅଭାବ ଅନାଟନରେ ।। ପଙ୍କରୁ ଜନ୍ମିବି କେତେଯେ ସୁନ୍ଦର୍ । ଲାଗିଥାଏ ମା ଲକ୍ଷ୍ମୀଙ୍କ ପଦ ସେବାରେ ।। ଜଗତର ଜନନୀଙ୍କ ପ୍ରିୟ ପୁଷ୍ପଙ୍କ ମଧ୍ୟରେ । ସର୍ବଶ୍ରେଷ୍ଠ ପୁଷ୍ପ ଭାବେ ପରିଚିତ ଦୁନିଆରେ ।। ଅଦମ୍ୟ ସାହସର ପ୍ରତୀକ ଭାବରେ । ଯେତେ ବି କଷ୍ଟକୁ ଦୂର କରିପାରେ ।। ଜୀବନର ଅଙ୍କା ବଙ୍କା ରାସ୍ତାରେ । ଚାଲିବାକୁ ହେବ ସମସ୍ତଙ୍କୁ ନେଇ ସାଥିରେ ।। ଆସୁ ପଛେ ଝଡ ଝଞ୍ଜା କି ବାଆ ବତାଶରେ । ଯିବାକୁ ହେବ ଅନେକ ରାସ୍ତା ଏକା ଏକାକିରେ ।। ନିରୀହ ସରଳ ନିଷ୍ପାପ ହୃଦୟରେ । ସରୋଜ ପ୍ରସ୍ପଟିତ ହୁଏ ପଙ୍କର ମଧ୍ୟରେ ।। ଆକର୍ଷିତ କରେ ଆନ୍ଦୋଳିତ କରେ । ସରସ୍ ସୁନ୍ଦର୍ ରବି କିରଣରେ ।।।
Ad
Poetry Books 50% Off
Bestselling collections from top poets
Shop Now →
