ଖାସ ତୁମରି ପାଇଁ
ସମୟ ପିଠିରେ କେତେ ଦିନ ଲାଉ ହୋଇ ଚାଲିଥିବ ସର୍ଜନାକାର କେତେଦିନ ପରେ ତମର ଅଧା ଅଧା ସ୍ୱପ୍ନଯେତେ ଫୁଲ ହୋଇ ଫୁଟୁଥିବ ବୟସ ର ଚଟାଣରେ। କୁହ କୁହ ସର୍ଜନାକାର! ସାହିତ୍ୟର ଶ୍ୟାମଳ ବନରେ ସାରାଦେହ ନୀଳ ରଙ୍ଗରେ ରଙ୍ଗେଇ ରାଜକୀୟ ଥାଟ୍ଟବାଟରେ କେତେଦିନ ଛଳନାର ଛଉ ନାଚ କରୁଥିବ! ଏବେ ତ ନିଜେ ନିଜର ଗଣିତ କଷିବାର ବେଳ, ଏବେତ ସୁନାଝରା ସକାଳରେ ଗୀତାବାଣୀ ଘୋଷିର ବେଳ। ତେବେ ପ୍ରତୀକ୍ଷା କାହିଁକି ସର୍ଜନାକାର ! ପରିବ୍ୟାପ୍ତ ଅନ୍ଧାର ସେପଟେ ସୂର୍ଯ୍ୟ ଠିଆ ଲେଖିବାକୁ ସାରାଦିନ ଜୀଇଁବାର କଳା ଓ କୌଶଳ ଥରୁଟିଏ ଶିଖିନିଅ ମହାମନ୍ତ୍ର ଶିଖିନିଅ ଗଢିବାକୁ ବିଶ୍ୱାସ ର ବିଶ୍ଵ ।। କେଉଁଠି ଛାଡିଛ ତମେ ଅତୀତକୁ! ଏଇ ମାଟିରେ !ନା ପବନ ର କପଟ ଛନ୍ଦରେ!! ଏଇ ମର୍ତ୍ତ୍ୟରେ ନା! ସ୍ୱର୍ଗ ର ଅମରାବତୀ ରେ !! ଜାଣିଛ, ଖାସ ତମ ପାଇଁ ସର୍ଜନାକାର! ବନସ୍ତ ରେ ଲାଗିଅଛି ନିଆଁ ଚତୁର୍ଦିଗ ଧୂଆଁ ର ବଳୟ ଧ୍ୱସ୍ତ ଆଜି ସବୁଜ କେଦାର ଧ୍ୱସ୍ତ ପୁଣି ଶାନ୍ତିର ନୀଳୟ। ଏବେତ ଶବ୍ଦ ସଂଗ୍ରାମର ଦେହ ଥରା ଶୀତ ବଖାଣୁଛି କୁଢ଼ କୁଢ଼ ଆବର୍ଜନା ହୃଦୟ ରହସ୍ୟ ଶତାବ୍ଦୀ ର ବିକଳ ପୃଥିବୀରେ ଲାଗିଅଛି ଯୁଦ୍ଧ ମାଟିର ଛାତି ଚିରି ବିପର୍ଯ୍ୟସ୍ତ ହସ୍ତିନାପୁର ରେ ରଚିବାକୁ ନିଜନିଜର ଅଖଣ୍ଡ ସାମ୍ରାଜ୍ୟ । ଆରେ ହେ ସର୍ଜନାକାର ! କେତେକାଳ ଓଦା ରୁମାଲଟିଏ ପରି ଭିଜା ଭିଜା କଥାରେ ମୁଠାଏ ପ୍ରତିଷ୍ଠା ପାଇଁ ଶୂନ୍ୟ ଡେଣା ର ନୌକା ରେ ବସି ତାଳି ପକା ତାନର ତାନପୁରା ବଜାଇବ! ତମ ଛାତିର ଥାକରେ ସଜାଇ ରଖିଥିବା ଯେତେସସବୁ ଇଛାପ୍ରାପ୍ତି ର ବିଶ୍ୱାସ ମାନଙ୍କୁ ଥରୁଟିଏ ପଚାରିଦେଖ ସର୍ଜନାକାର ! ଦେଖିବ, ସାରା ପୃଥିବୀ ଟା କେମିତି ଓଲ୍ହାଇ ଆସିବ ତମ ହାତ ପାପୁଲିକୁ ଠିକ ଗୋଟେ ଶବ୍ଦ ର ପ୍ରତିମା ପରି ରଚିବାକୁ କାଳଜୟୀ ଅମୃ
Poetry Books 50% Off
Bestselling collections from top poets
