ମଶାଣି: ଶ୍ରେଷ୍ଠ ମନ୍ଦିର
ଗ୍ରାମ ରୁ ବାସନ୍ଦ ଶିବଙ୍କ ପସନ୍ଦ ଅଟେ ଶ୍ମଶାନ, ଜାଗାବାଡ଼ି ପାଇଁ କରନ୍ତିନି ସେଠିକେହି ଅଭିମାନ, ଶବ ଜଳିଲେ ରୋହି ସିତୁଲେଇ ରଖନ୍ତି ମାନ, ସେଠି ଆତ୍ମା କରେ ରେ ନବ ଜୀବନର ଗାନ। ଉଚ୍ଚ-ନିଚ୍ଚ, ବୀର-ଭୀରୁ, ସଭିଁଙ୍କ ସେ ଶେଷ ଘର, ସେ ସୁଖ ଲଭିବା ପାଇଁ ପ୍ରାଣୀ ମରଣକୁ କରେ ବର, ଶାନ୍ତି, କ୍ଳାନ୍ତି, ଭ୍ରାନ୍ତିବିଚ୍ୟୁତା ଅଟେ ସେ ରେ ନର! ତେଣୁ ସେ ଅଟେ ମନ୍ଦିରର ପ୍ରିୟ ପ୍ରକୃତ ସୋଦର। ଶ୍ୱାନର ଗର୍ଜନ, ଶୃଗାଳର ତର୍ଜନ ଦିଏ ଭୟ, ହାଡ଼ କାମୁଡ଼ା ବିରାଡି କରେ କାଳୀଙ୍କ ଜୟ, ସେ ସ୍ଥାନ ଅଟେ ପବିତ୍ର - ମାୟହୀନମୟ, ବାସ କରନ୍ତି ସେଠି ଶିବ ପାର୍ବତୀ ଦ୍ବୟ। କାଳ ଭୈରବ, ଚଣ୍ଡୀ ଚାମୁଣ୍ଡା ଙ୍କ ସେ ପୀଠ, ଡାକ ଦିଅନ୍ତି ସେ ଉଠ କଙ୍କାଳ ଉଠ ଉଠ, ସେ ସ୍ଥାନେ ପଦୁଟିଏ କହେ ନାହିଁ କାହା ଓଠ, ବହ୍ନି ଗିଲିଦିଏ ଶବ, ହାଡ଼, ଚର୍ମ ସଙ୍ଗେ କାଷ୍ଠ। ରେ ରେ ମନୁଜ! ତୁମେ ଭକ୍ତିର ଅଗୋରି ସାଜିଯାଅ, ମଶାଣି ରେ ବସି ଶାନ୍ତିରେ ଶ୍ରୀମଦ୍ ରାମାୟଣ ଗାଅ, କହେ କ୍ଷୁଦ୍ର କବି ସେ ଅଟେ ମନ୍ଦିରର ଦେବୀ ଓ ଦିଅଁ, ଅର୍କଜ୍ୟୋତି କୁହେ ଜଳେ ସେଠି ଦେବାଳୟ ପରି ଘିଅ।
Poetry Books 50% Off
Bestselling collections from top poets
