ପଟ୍ଟକାନ୍ଥ
ବୟସର ପୁରୁଣା ଚୂନ ବୋଳା ପଟ୍ଟକାନ୍ଥରେ ସତେ ଯେମିତି କିଏ ପ୍ରେମର ରଙ୍ଗ ତୂଳୀ ଧରି ନୂତନ ଯୌବନ ରୁପି ରଙ୍ଗ ମାରି କାହିଁ କେଉଁ ପୁରୁଣା ଅତୀତ କୁ ମନେ ପକାଇଦିଏ। ତ ସେଦିନର ସେ ସମୁଦ୍ର ବୁକୁରେ ମଥା ପିଟି କାନ୍ଦୁଥିବା ବେଦନା ରୁପି ଢେଉ ବର୍ତ୍ତମାନ ଅତୀତରେ ମନ ସହ ଘଟିଯାଇଥିବା ଛଳନା କୁ ଉଛୁଳା ପାଣିରେ ଝଲସି ଯାଉଥିବା ଯହ୍ନ ପରି କେଇଟା ମୁହୂର୍ତ୍ତ ପାଇଁ ପୁଣି ଆଉଥରେ ଜୀବନ୍ତ କରିଦିଏ। ଆଉ ଇଚ୍ଛା ହୁଏ ସେ ଗଭୀର ସମୁଦ୍ରର ଅଶାନ୍ତ ଢେଉ ରେ ସାରା ଜୀବନ ଶାନ୍ତ ହୋଇ ମିସିଯିବାକୁ ଯେମିତି ମିଶିଯାଏ ଝରି ଆସୁଥିବା ଝରଣା ନଦୀ ସହ ଆଉ ଅଙ୍କା ବଙ୍କା ହୋଇ ବହିଯାଉଥିବା ନଦୀ ସମୁଦ୍ର ସହ।
Ad
Poetry Books 50% Off
Bestselling collections from top poets
Shop Now →
