ଅପେକ୍ଷା
ତୁମ ପାଇଁ ମୁହିଁ ତୋଳି ରଖିଥିଲି ଆଞ୍ଜୁଳାଏ ସଜ ଫୁଲ, ଫୁଲ ଶୁଖି ଶୁଖି ମଉଳି ଗଲାଣି ସାଥୀ ତୁମେ କାହିଁ ଗଲ.. ।। ୧ ।। ଉଡା ପବନ କୁ ପଚାରି ବୁଝିଛି ପାଇନି ତୁମ ଠିକଣା କାହିଁ ହଜିଗଲ, ଦୁରେ ଚାଲିଗଲ ହୋଇଗଲ ବି ଅଜଣା.. ।। ୨ ।। ଶ୍ରାବଣେ ଭିଜିବ କହିଥିଲ ବୋଲି ରହିଥିଲି ମୁହିଁ ଚାହିଁ ଶ୍ରାବଣ ଆସିକି ବରଷି ବି ଗଲା ହେଲେ ତୁମ ଦେଖା ନାହିଁ.. ।। ୩ ।। କେତେ ଯେ ଅପେକ୍ଷା, କେତେ ଅଭିସାର, କେତେ ନୀରବ ପ୍ରାର୍ଥନା ତୁମରି ସ୍ମୃତି କୁ ସାଉଁଟି ସାଉଁଟି ପାଇଛି କେତେ ଯାତନା.. ।। ୪ ।। ତୁମେ କାହୁଁ ଜାଣିବ, ତୁମ ବିନା ଏଠି କେତେ ଚିନ୍ତା କେତେ ବ୍ୟଥା କାଳି ଭାବି ତାକୁ କାଗଜେ ଢାଳିଲେ ହୋଇଯାଏ ସେ କବିତା.. ।। ୫ ।।
Ad
Poetry Books 50% Off
Bestselling collections from top poets
Shop Now →
