ଜଗା ଦର୍ଶନ🙏
ଜଗତର ନାଥ ଆହେ ଜଗନ୍ନାଥ ଘେନ ମୋ ଛୋଟ ପ୍ରଣାମ, ମୋ ଜୀବନର ଶେଷ ଇଛାଟିକୁ ତୁମ୍ଭ ଙ୍କୁ କରେ ଜଣାଣ ।। ବହୁତ ଦିନରୁ ଦେଖିବାକୁ ତତେ ଇଛା ମୋ ହେଉଛି ଭାରି, କହ ଜଗା କହ କେତେ ଦିନ ପରେ ଲଗେଇବୁ ତୋର ଡୋରି ।। ଦରଶନ ପାଇଁ ମନ ମୋ ବ୍ୟାକୁଳ ବହୁତ ହେଲାଣି ଡେରି, ଦୟା କରି ପ୍ରଭୁ ଦରଶନ ଦିଅ ଡାକି ଦିଅ ଥରେ ପୁରୀ ।। ସମସ୍ତେ କୁହନ୍ତି ଡୋରି ନ ଲାଗିଲେ ତୁମ୍ଭ ଦରଶନ କଷ୍ଟ, ଦୟାକରି ତୁମ୍ଭ ଡୋରି କୁ ଲଗାଅ ମନ ମୋ ହେଲାଣି ବ୍ୟସ୍ତ ।। ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ଭବ ତୁମେ କହି, ଚାଲି ଯାଉ ମୋ ଏ ନିମିଷ ଜୀବନ ତୁମ ଦରଶନ ପାଇ ।। ଦରଶନ ତୁମ୍ଭ ମିଳିଗଲେ ଥରେ ଆନନ୍ଦ ହେବ ମୋ ମନ, କୃପା କଲେ ପ୍ରଭୁ ହେବି ମୁଁ କୃତଜ୍ଞ ଆହେ ଜଗତ ମୋହନ ।। ବହୁତ ଆବେଗ ମନରେ ମୋହର କୋଳେଇ ଧରିବି ତତେ, ଏ ଜୀବନ ମୋର ହୋଇବ ସାର୍ଥକ ଯଦି କୋଲେଇବୁ ମତେ ।। କୋଳେଇ ଧରିକି କାନ୍ଦି ଦେଲେ ଥରେ ମୁକ୍ତି ହେବ ମୋ ଜୀବନ, ତୁମେ ପରା ଅନ୍ତର୍ଯ୍ୟାମୀ ହେ ଠାକୁର ଆହେ ପତିତପାବନ ।। ଏମିତି ନ ହେଉ ତୁମ ବିନା ଦରଶନେ ଯଦି ମୋ ଜୀବନ ଯିବ ଚାଲି, ତୁମକୁ କି ପ୍ରଭୁ ଆନନ୍ଦ ଲାଗିବ ମତେ କି ପାରିବ ଭୁଲି ।। ଦୟାକରି ପ୍ରଭୁ ହେ ପରମପିତା ଥରୁଟେ ଦିଅ ଦର୍ଶନ, ଏହି ମୋର ଶେଷ ଇଛା କୁ ପ୍ରଭୁ ହେ ତୁମ୍ଭ ପାଦେ କଲି ସମର୍ପଣ ।।🙏
Poetry Books 50% Off
Bestselling collections from top poets
