"ମା" ର ମମତା
ମା ନାଆଟିରେ ଅଛି କେଉଁ ମିଠା ତା ସମାନ କେହି ନୁହଁ, ସେ ନା ରୁ ଝରେ ଅଶେଷ ମଧୁର ପ୍ରେମ, ମମତା ଓ ସ୍ନେହ ।। ଯାହା ନା ପୂର୍ବେ ମାଆ ନାମ ଅଛି ସେ ବହୁତ ଭାଗ୍ୟବାନ, ଜୀବନ ରେ ସେ ଆଗକୁ ବଢ଼ଇ ଅର୍ଜଇ ମାନ ସମ୍ମାନ ।। ମା ର ମମତା କାହୁଁ ବା ମିଳିବ କିଛି ବି ନୁହଁ ତା ତୁଲ୍ୟ, ସ୍ନେହ, ପ୍ରେମ ଭରା ନିଃସ୍ଵାର୍ଥ ପ୍ରେମ ତା ଅଟଇ ଭାରି ଅମୂଲ୍ୟ ।। ବକ୍ଷରୁ ତାହାର ଅମୃତ ର ଧାର ପାଇଗଲେ ଶିଶୁ ଥରେ, ଲାଗଇ ଏମିତି ଅମର ହୋଇକି ରହିଅଛି ସେ ସ୍ୱର୍ଗ ରେ ।। ମା ର ତ୍ୟାଗ, ମାଆ ର ଯତନ କେ ଅବା ପାରିବ କରି, ସବୁ କଷ୍ଟ ତାର କରିଦିଏ ଦୂର ଶିଶୁ କୁ ବକ୍ଷରେ ଧରି ।। "ଜବଲପୁର" ଘଟଣା କୁ କିବା କେହି କି ପାରିବ ଭୁଲି, ମା ଛୁଆ ମିଶି ସାଥେ ଯାଇଥିଲେ ପାଣି ଜାହାଜରେ ବୁଲି ।। ମା ମମତା ର କେତେ ଉଦାହରଣ ଅଛି ଯେ ବହି ପୃଷ୍ଠା ରେ, ମଝି ନଈ ରେ ଛାଡ଼ିଲା ଜୀବନ ଶିଶୁ କୁ ଧରି ବକ୍ଷରେ ।। ସମସ୍ତେ କୁହନ୍ତି ମା ନାହିଁ ଯାହାର ନାହିଁ ତ। ସାହା ଭରସା, ଏଣୁ ସବୁ ମା ଙ୍କ ହେଉ କୋଟିଏ ଆୟୁଷ ଏତିକି ମୋହର ଆଶା ।। ମା ର ଋଣ କୁ ଏ ଜନମେ ମୁହିଁ କେବେ ନ ପାରିବି ସୁଝି, ମା ମୋର ଅଟେ ମୋର ସବୁ କିଛି ମୁଁ ଏତିକି ଯାଇଛି ବୁଝି ।। କରିବି ତା ସେବା ପାରିବି ଯେତିକି ଏ ଜୀବନ ଥିବା ଯାଏଁ , ସରଳ, ନିରୀହ ମା ତୁ ମୋହର ମୁଁ ତତେ ବେଶି ଭଲ ପାଏ ।। ଏତିକି ମୋ ଆଶା ସବୁ ମାଙ୍କର ସମସ୍ତେ ନିଅନ୍ତୁ ଯତନ, ଏହି ଦୁନିଆରେ ବାକି ସବୁ ତୁଚ୍ଛ ମା ହିଁ ମୂଲ୍ୟ ରତନ ।।
Poetry Books 50% Off
Bestselling collections from top poets
