ଜଗା କୁ ନିବେଦନ🙏
ଜଗତର ନାଥ ଆହେ ଜଗନ୍ନାଥ, ଘେନ ମୋ ଛୋଟ ପ୍ରଣାମ । ମୋ ଜୀବନ ର ଶେଷ ଇଚ୍ଛା ଟିକୁ, ତୁମ୍ଭ ଙ୍କୁ କରେ ଜଣାଣ ll ବହୁତ ଦିନରୁ ଦେଖିବାକୁ ତତେ ଇଛା ମୋ ହେଉଛି ଭାରି, କହ ଜଗା କହ କେତେ ଦିନ ପରେ, ଲଗେଇବୁ ତୋର ଡୋରି ।। ଦରଶନ ପାଇଁ ମନ ମୋ ବ୍ୟାକୁଳ ଏ ବରଷ ଗଲା ପୁରି, ଦୟା କରି ପ୍ରଭୁ ଦରଶନ ଦିଅ, ଡାକି ଦିଅ ମତେ ପୁରୀ ।। ସମସ୍ତେ କୁହନ୍ତି ଡୋରି ନ ଲାଗିଲେ ତୁମ୍ଭ ଦରଶନ କଷ୍ଟ, ଦୟା କରି ତୁମ୍ଭ ଡୋରି କୁ ଲଗାଅ ମନ ମୋ ହେଲାଣି ବ୍ୟସ୍ତ ।। ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ଭବ ତୁମେ କହି, ଚାଲିଯାଉ ମୋ ଏ ନିମିଷ ଜୀବନ ତୁମ ଦରଶନ ପାଇ ।। ଦରଶନ ତୁମ ମିଳିଗଲେ ଥରେ ଆନନ୍ଦ ହେବ ମୋ ମନ, କୃପା କଲେ ପ୍ରଭୁ ହେବି ମୁଁ କୃତଜ୍ଞ ଆହେ ଜଗତମୋହନ ।। ବହୁତ ଆବେଗ ମନରେ ମୋହର କୋଳେଇ ଧରିବି ତତେ, ଏ ଜୀବନ ମୋର ହୋଇବ ସାର୍ଥକ କୋଳେଇବୁ ଯଦି ମୋତେ ।। କୋଳେଇ ଧରିକି କାନ୍ଦି ଦେଲେ ଥରେ ମୁକ୍ତି ହେବ ମୋ ଜୀବନ, ତୁମେ ପରା ଅନ୍ତର୍ଯ୍ୟାମୀ ହେ ଠାକୁର ତୁମେ ପତିତପାବନ ।। ଏମିତି ନ ହେଉ ତୁମ ବିନା ଦରଶନେ ଯଦି ମୋ ଜୀବନ ଗଲେ ଚାଲି, ତୁମକୁ କି ପ୍ରଭୁ ଆନନ୍ଦ ଲାଗିବ ମତେ କି ପାରିବ ଭୁଲି ।। ଦୟାକରି ପ୍ରଭୁ ହେ ପରମପିତା ଥରୁଟେ ଦିଅ ଦର୍ଶନ, ଏହି ମୋର ଶେଷ ଇଛା କୁ ପ୍ରଭୁ ହେ ତୁମ୍ଭ ପାଦେ କଲି ସମର୍ପଣ ।।
Poetry Books 50% Off
Bestselling collections from top poets
