-: ଭୁଲି ପାରେ ନାହିଁ :-
(କୁମ୍ଭ କାମୋଦୀ ଛନ୍ଦ) ଭୁଲି ପାରେ ନାହିଁ ପଲ୍ଲୀ ର ଅମା ଅନ୍ଧକାର ଛବି ନବ ଦିବସ ର ପହିଲି କିରଣ ଢାଳି ଦିଅନ୍ତି ରବି ଶ୍ୟାମ ଦୂର୍ବାଦଳେ ହିମ ଟୋପା ପରେ ସେ ରବି କିରଣ ଇନ୍ଦ୍ର ନୀଳମଣି ବକ୍ଷେ ଖଚିତ ସତେ ମଣି କାଞ୍ଚନ।୧। ଭୁଲି ପାରେ ନାହିଁ ପଲ୍ଲୀ ବଧୂ ପାଣି ବୋହିବାର ଛଇ ତରଙ୍ଗ ଭୃଭଙ୍ଗେ ଯେଉଁଠି ଛଇଳ , ଚପଳ ସେ ନଈ ମନ୍ଦିର ଗର୍ଭ ରେ ଦେବତା ପୂଜନ , ମନ୍ତ୍ର ଉଚ୍ଚାରଣ ଗ୍ରାମ ବାସୀ ଙ୍କ ଫେନୀଳ ମନ ରେ ଭକ୍ତି ସମର୍ପଣ।୨। ଭୁଲି ପାରେ ନାହିଁ ଚାଷ ଜମି ମଧ୍ୟେ କୃଷକ ସଙ୍ଗୀତ ରାଗ- ରାଗିଣୀ ର ସୁରେ ସୁରେ ଯେ ଦିବସ ସୁରଭିତ ଭୁଲି ପାରେ ନାହିଁ ସନ୍ଧ୍ୟା ଆଗମନେ ବାରୁଣୀ ଆକାଶ ତପ୍ତ କନକ କାନ୍ତି ମନେ ଭରି ଦିଏ ରଙ୍ଗ ଉଚ୍ଛ୍ୱାସ।୩।
Ad
Poetry Books 50% Off
Bestselling collections from top poets
Shop Now →
