Nua
ଅଜଣା ମେଘ ଆଉ ତମେ ତୁମେ ଆଙ୍କିଥିଲ ସେଦିନ, ନାଲି ନେଳି କେତେ ରଙ୍ଗ ମୋ ମନ ଧଳା କାନଭାସରେ । "ମୋନାଲିସା" ବି ସେଦିନ ଋଷିଥିଲା, ତାଠୁ ପୁଣି ସୁନ୍ଦର କିଏ ଆଙ୍କିଦେଲା। ସେଦିନର ସେ ଅଦିନ ମେଘ । ତୁମେ କହିଲ, ରହି ଯାଉନ ଦୁଇ ମିନିଟ, ଫୋଟୋରେ ତୋଳିିଦେବା ଏଇ ମୁହୂର୍ତ୍ତକୁ ମୋତେ ସେଦିନ ବର୍ଷା, କାଇଁ ଚିନିଠୁ ବି ମିଠା ଲାଗିଲା । ଓଦା ହୋଇ ଦେଖୁଥିଲି ମୁଁ ତୁମକୁ, ପଢ଼ୁଥିଲି ତୁମ କୋମଳ ମନକୁ । ତୁମ ହୃଦୟ ଶୋଇଥିଲା, ସଦ୍ୟଜାତ ଶିଶୁ ପରି । କିଛି ଭାବୁ ନଥିଲା ମୋ କାଣୀ ଆଙ୍ଗୁଠି କୁ ଧରିଥିଲା, ହସି ହସି ନିରାପଦରେ। ଧଉଳି ର ଶାନ୍ତି ସ୍ତୁପ ବି, ଅଶାନ୍ତ କରିଥିଲା ମୋତେ। ପୁଣି ସେଇ ଅଦିନ ମେଘ, ତମେ ପିନ୍ଧିଥିବା ନେଳି କୁର୍ତି ପରି ବର୍ଷିଦିଏ ସେଇ ଅଜଣା ତରଙ୍ଗ । ଆକାଶର ଭାସମାନ ଢେଉ, ତୁମ ହାତର ଚାକୁଣ୍ଡାର ଗୋଲାପି ଫୁଲ, ଲାଗେ ଗୋଟେ ସୁନ୍ଦର ଛବି ବନ୍ଧେଇ । ପୁଣି ଏକ ଅଜଣା ମେଘ ତୁମ ଫୋନ୍ ର ଘଣ୍ଟି ପରି ଆସେ ପୁଣି ସେଇ ଅଜଣା ଥଣ୍ଡାର ଢେଉ । ମୁଁ ଶୁଣୁଥାଏ ତୁମ ବକ୍ ବକ ସମୟର ପାବନ୍ଧି ରୁ ଦୂରରେ ତମକୁ ବନ୍ଦୀ କରେ ମୋ କାଗଜରେ ଅଜଣା ମେଘ ପରି ।
Poetry Books 50% Off
Bestselling collections from top poets
