ଡରୁକୁରl ପ୍ରେମିକ
ତୁମେ ସେହି ମୋର ଦିନର ସପନ ରାତିର ରଜନୀଗନ୍ଧା, ତୁମ ପାଇଁ ପରା ମୋରି ଶରୀର ବିନା ବରଷାରେ ଓଦା। ତୁମକୁ ପ୍ରିୟା ମୁଁ କହି ପାରୁନାହିଁ ହୃଦୟରେ ଛୁପା କଥା କାଳେ ତୁମେ ମତେ ମନା କରିଦେବ କରି ଏହି କଥା ଚିନ୍ତା। ମନଟା ମୋହର ପାଗଳ ଭଅଁର ପାଗଳାମି ଟିକେ କରେ କହିଦେବ ବୋଲି ତୁମକୁ ସେ କଥା ଜିଦି ଆଜି କାହିଁ ଧରେ । ସାମ୍ନା ସାମ୍ନି କେବେ କହି ପାରିବିନି ଟିକେ ଡରୁକୁରା ମୁହିଁ ଗୀତ ଲେଖି ମୁହିଁ କହି ଦେଉଅଛି ଖରାପ ଭାବିବ ନାହିଁ ।
Ad
Poetry Books 50% Off
Bestselling collections from top poets
Shop Now →
