ସମ୍ମାନ:_ 🖊️by _ଆକାଂକ୍ଷା ଦାଶ
ସମ୍ମାନ କାହାକୁ ଆପେ ମିଳେ ନାହିଁ କର୍ମ କରିବାକୁ ହୁଏ ପର ପାଇଁ ହୃଦ ଯା' ପ୍ରାଣ କନ୍ଦାଇ ଭଲ ମଣିଷଟେ ସିଏ l୧l ଗର୍ବ ଅହଂକାର ଯେଉଁ ନର କରେ ଭାଉ ଧନ ସମ୍ପତ୍ତିର ସେ ବ୍ୟକ୍ତି ସମ୍ମାନ ଧୂଳିସାତ ହୁଏ ନିଜ ଲୋକ କରେ ପର l୨l ସୁଚରିତ୍ର ବ୍ୟକ୍ତି କର୍ତ୍ତବ୍ୟ ନିଷ୍ଠାରେ ସମାଜରେ କାର୍ଯ୍ୟ କରେ ନିଃସ୍ୱାର୍ଥ ସେବାରେ ପର ଉପକାରେ ଜୀବନ ଉତ୍ସର୍ଗ କରେ l୩l ମଣିଷ ପଣିଆ ସେ ବ୍ୟକ୍ତିର ଥାଏ ପରକୁ କରେ ନିଜର ଦୀନ ଦୁଃଖି ପ୍ରତି ଦୟା ଭାବ ରଖି ଅନ୍ନ ଦିଅଇ ମୁଖର l୪l ଅସହାୟକୁ ଯେ ସାହାଯ୍ୟ କରଇ ଦେଇ ଧନ ମନ ବଳ ବିପଦ ସମୟେ ତା ଦୁଆରେ ଠିଆ କରେ ନାହିଁ ଗଣ୍ଡଗୋଳ l୫l ସ୍ନେହ ଶ୍ରଦ୍ଧା ପ୍ରେମ ଯେ ବ୍ୟକ୍ତି ବାଣ୍ଟଇ ଜାତି ଧର୍ମ ନିର୍ବିଶେଷେ ଉଚ୍ଚ ନୀଚ ଭେଦ ତା ମନେ ନ ଥାଏ ଦିନ ବିତଇ ସନ୍ତୋଷ l୬l ସଂସ୍କୃତି ସହିତ ନୀତି ପରମ୍ପରା ସଦା ମାନି ଚଳୁଥିଲେ ନିଜ ବ୍ୟକ୍ତିତ୍ୱରେ ମହତ୍ବ ହୋଇଲେ ଆପେ ସନମାନ ମିଳେ l୭l ଅଳିକ ସଂସାରେ କ୍ଷଣିକ ଜୀବନ ଦିନେ ମାଟିରେ ମିଶିବ ଭଲ କାମ କରି ଯଶ ରଖିଗଲେ ସମ୍ମାନ ନିଶ୍ଚେ ପାଇବ l୮l ସମାଜର ହୀତ ସଦା ଚାହୁଁ ଥିବ ଦେଶ ଜାତି ସ୍ୱାଭିମାନ ସଂଯମ ଗୁଣରେ ଶୃଙ୍ଖଳା ଜ୍ଞାନରେ ମିଳାଇ ତାକୁ ସମ୍ମାନ l୯l ଦରଦୀ ମଣିଷ ଯେଉଁ ବ୍ୟକ୍ତି ହୁଏ ସମାଜ ଦିଏ ସମ୍ମାନ ମାନବିକ ଗୁଣ ଯାହା ଠାରେ ଥାଏ ସଂସାରେ ହୁଏ ମହାନ l୧୦l ବଲାଙ୍ଗୀର
Poetry Books 50% Off
Bestselling collections from top poets
