AI ଯୁଗର ପିଲା 🤖
ଆମେ ଏଆଇ ଯୁଗର ପିଲା , ହଁ ; ଆମେ ଏଆଇ ଯୁଗର ପିଲା ।। ଆମକୁ ଦରକାର ନାହିଁ ସାଙ୍ଗ-ସାଥୀଗଣ , ଖାଲି ମୋବାଇଲ୍ ଥିଲେ ହେଲା , ହଁ ଆମେ ଏଆଇ ଯୁଗର ପିଲା ।। ଜାଣି ନାହୁଁ ଆମେ ଭାବନା କଳ୍ପନା , ଖାଲି ମୋବାଇଲ୍ ଟିପି ଟିପି ଦିନ ଗଲା , ହଁ ଆମେ ଏଆଇ ଯୁଗର ପିଲା ।। ଶିକ୍ଷକ ପଢ଼ାଇଲାବେଳେ ପାଠକୁ ନ ଶୁଣି , ଘରକୁ ଆସି ଚାର୍ଟ- ଜିପିଟିରେ ଉତ୍ତର ଖୋଜିବା ପିଲା , ହଁ ଆମେ ଏଆଇ ଯୁଗର ପିଲା ।। ପଡ଼ିଶା ଘର କଥା ନ ଜାଣି , ଦେଶ -ସାରା ଖବର ରଖିବା ପିଲା , ହଁ ଆମେ ଏଆଇ ଯୁଗର ପିଲା ।। ରାମ, ବଳରାମ ଭଗବାନଙ୍କୁ ନ ଜାଣି , ଏନିମି କାର୍ଟୁନ୍ ଦେଖିବା ପିଲା , ହଁ ଆମେ ଏଆଇ ଯୁଗର ପିଲା ।। ମା ହାତରନ୍ଧା ଦେଶୀ ଖାଦ୍ୟ ନ ଖାଇ , ଅନଲାଇନ୍ ଯୋମାଟୋରୁ 🍅 କିଣି ଖାଇବା ପିଲା , ହଁ ଆମେ ଏଆଇ ଯୁଗର ପିଲା ।। ଟେକ୍ନୋଲୋଜିରେ ଏଆଇ ଆସିଲେ - ହେବ ବୋଲି ଭଲା , ସେ ଏଆଇକୁ ଭାବନାରେ ବ୍ୟବହାର କରି - ମାନବିକତା ଆମ ଧିରେ ଧିରେ ଲୋପପାଇଗଲା , ହଁ ଆମେ ଏଆଇ ଯୁଗର ପିଲା ।।
Poetry Books 50% Off
Bestselling collections from top poets
