ତୁମେ ମୋ କଳ୍ପନାର ସବୁଠାରୁ ସୁନ୍ଦର ଚିତ୍ର
ତୁମକୁ ଦେଖିଲେ ଲାଗେ, ଜହ୍ନ ଯେମିତି ଓହ୍ଲାଇ ଆସିଛି ମାଟିକୁ, ତୁମ ମୁହଁର ସେଇ ନିରୀହ ହସ, ଭୁଲାଇଦିଏ ମୋତେ ଦୁନିଆର ସବୁ ଦୁଃଖକୁ। ତୁମ ଆଖିରେ କେଉଁ ଯାଦୁ ଲୁଚିଛି କେଜାଣି, ଥରେ ଚାହିଁଦେଲେ ଫେରିବାକୁ ମନ ହୁଏନି। ତୁମ କଥାରେ ଯେଉଁ ମଧୁର ସ୍ୱର ଝରେ, ମୋ ନୀରବ ହୃଦୟ ବି ତୁମ ନାଁରେ ଗୀତ ଗାଏ। ତୁମ କେଶର କଳା ମେଘ ଯେବେ ମୁହଁ ଛୁଇଁଯାଏ, ମନେହୁଏ ଶ୍ରାବଣ ଆକାଶରେ ବିଜୁଳି ଚମକିଯାଏ। ତୁମ ଗାଲର ଲାଜୁଆ ରଙ୍ଗ ଦେଖି, ଗୋଲାପ ବି ନିଜ ସୌନ୍ଦର୍ଯ୍ୟକୁ ଭୁଲିଯାଏ। ତୁମେ ହସିଦେଲେ ଦିନଟି ସୁନ୍ଦର ହୋଇଯାଏ, ତୁମେ ଚୁପ୍ ରହିଲେ ମନ ତୁମ ନୀରବତା ପଢ଼ିବାକୁ ଚାହେଁ। ତୁମର ପ୍ରତିଟି ଛୋଟ ଅଭ୍ୟାସ, ପ୍ରତିଟି ଭାବନା, ମୋ ପାଇଁ ହୋଇଯାଏ ଏକ ନୂଆ ପ୍ରେମର କାହାଣୀ। ମୁଁ ଜାଣେନି ତୁମ ମନରେ ମୋ ପାଇଁ କ'ଣ ଅଛି, କିନ୍ତୁ ମୋ ପ୍ରତିଟି ଭାବନାରେ ତୁମରି ଛବି ରହିଛି। ତୁମକୁ ଚାହିଁବା ନୁହେଁ ମୋର କେବଳ ଇଚ୍ଛା, ତୁମ ହସରେ ନିଜ ଜୀବନର ଖୁସି ଖୋଜିବା ମୋର ଆଶା। ଯଦି କେବେ ମୋ ହାତରେ ତୁମ ହାତ ରହିବ, ପ୍ରତିଟି ଋତୁ ଆମ ପାଇଁ ପ୍ରେମର ଗୀତ ଗାଇବ। ବୟସ ବଦଳିବ, ସମୟ ବିତିଯିବ, ହେଲେ ତୁମ ପ୍ରତି ମୋ ଭଲପାଇବା କେବେ ବଦଳିବ ନାହିଁ।
