👭ନାରୀ ଜନ୍ମ👭
ନାରୀ ଜନମ ନୁହେଁ ସହଜ ବର୍ଷ ମାସ ଦିନ କାଳ... ସବୁବେଳେ ସିଏ ପତିତା ଲାଞ୍ଛିତା ହେଲେ ସିଏ ଭାରି ସରଳ । ସଭ୍ୟ ସମାଜର କଥା ଏବେ ଶୁଣ କହୁଅଛି ମୁହିଁ କିଛି... କନ୍ୟା ଭ୍ରୁଣ ହତ୍ୟା ବୃଦ୍ଧି ପାଇଲାଣି ହୋଇ ସମାଜର ନୀତି । ସେଇ ସମାଜର କିଛି ମାତାପିତା ହେଲେ ଆଜି ସ୍ୱାର୍ଥପର... ଶିଶୁ କନ୍ୟା ଟିଏ ଜନମ ହୋଇଲେ କଲେ ତାକୁ କଲବଲ । ଯୋଉ ସମାଜରେ ସତୀଦାହ ପ୍ରଥା ହୋଇଅଛି ଛାରଖାର , ଯୋଉ ସମାଜରେ ବାଳିକା ବିବାହ ହୋଇଅଛି ଏବେ କାଳ... ସେଇ ସମାଜରେ କନ୍ୟା ଜନମିଲେ ଭାଙ୍ଗି ଯାଏ ମନୋବଳ...ଭାଙ୍ଗି ଯାଏ ମନୋବଳ...।
Ad
Poetry Books 50% Off
Bestselling collections from top poets
Shop Now →
