✍🏻ସୌନ୍ଦର୍ଯ୍ୟତାର ମାପ✍🏻
ସୌନ୍ଦର୍ଯ୍ୟତାର ମାପ କ'ଣ କହ, ମୁହଁର ରଙ୍ଗ ନା ମନର ମହ? ଆଖିର ଚମକ, ଓଠର ହସ, ନା ହୃଦୟରେ ଲୁଚିଥିବା ବିଶ୍ୱାସ? ଫୁଲଟି ଯେତେ ସୁନ୍ଦର ହେଉ, ଦିନେ ନା ଦିନେ ଝରି ଯାଉ। କିନ୍ତୁ ମନର ସୁଗନ୍ଧ ଯଦି ଥାଏ, କାଳର ସ୍ପର୍ଶ ବି ତାକୁ ନ ଛୁଏ । ରୂପର ଅହଙ୍କାର କ୍ଷଣିକ ଛାୟା, ଆଜି ଅଛି, କାଲି ହୋଇଯାଏ ମାୟା। ଭଲପାଇବା, ସମ୍ମାନ, ସ୍ନେହର ରଙ୍ଗ, ସେଇ ତ ସୌନ୍ଦର୍ଯ୍ୟର ସତ୍ୟ ଢଙ୍ଗ। ଯେ ଆଖି ଲୁହକୁ ବୁଝିପାରେ, ଯେ ହାତ ଦୁଃଖରେ ସାଥି ହୋଇଧରେ, ସେଇ ମଣିଷ ସବୁଠାରୁ ସୁନ୍ଦର, ବାକି ସବୁ ତ କେବଳ ବାହ୍ୟ ଅଳଙ୍କାର। ସେଥିପାଇଁ ସୌନ୍ଦର୍ଯ୍ୟତାର ମାପ ଖୋଜନି ଆଇନାରେ, ଖୋଜ ମଣିଷର ବ୍ୟବହାରେ। କାରଣ ରୂପ ଦିନେ ମିଶିଯିବ ଧୂଳିରେ, କିନ୍ତୁ ସୁନ୍ଦର ମନ ରହିବ ସବୁଦିନ ହୃଦୟରେ।
Ad
Poetry Books 50% Off
Bestselling collections from top poets
Shop Now →
