ମହାଦେବ
ମୁଁ ପଚାରିଲି- ମାଆ ଜୀବନରେ ଏତେ କଷ୍ଟ କାହିକି ଭଗବାନ ଦେଉଛନ୍ତି ମାଆ ଉତ୍ତର ଦେଲେ- ଆଖି ଖୋଲି ମହାଦେବ ଙ୍କୁ ଦେଖ ବେକରେ ତାଙ୍କର ସର୍ପମାଳ କଣ୍ଠ ତାଙ୍କ ନୀଳ ବର୍ଣ୍ଣ ମସ୍ତକରେ ଚନ୍ଦ୍ରମା ନାମ ତାଙ୍କ ଚନ୍ଦ୍ରଚୂଡ଼ ବସତି ତାଙ୍କ ଶ୍ମଶାନ ଦେହରେ ବାଘଛାଲ ରାଗିଗଲେ ରୌଦ୍ରରୂପ ହେଲେ ସେ କରଣାର ସାଗର ଭୋଲା ସିଏ ଭୋଲା ବାବା ଅସୁରଙ୍କ ଆରାଧ୍ୟ ବରଦାନ ଦିଅନ୍ତି ସେ ନକରି ବାଛ ବିଚିରା ପ୍ରେମର ଅପେକ୍ଷା ବୋଧେ ସଂସାର ତାଙ୍କୁ ଠୁ ଶିଖିବ ତାଙ୍କ ପ୍ରେମର ଅମର କାହାଣୀ ବାରମ୍ବାର ଶୁଣିବ ନାମ ତାଙ୍କ ଗଙ୍ଗାଧର ବୃଷଭ ତାଙ୍କ ବାହନ ବେଲ ପତ୍ରଟି ଭାରି ପ୍ରିୟ କ୍ଷୀରରେ ସେ କରନ୍ତି ସ୍ନାନ ସାଧନା ମାଧ୍ୟମରେ ତୋ ନିଜ ଭିତରେ ଶିବଙ୍କୁ ପାଇବୁ ତୋ ନିଜ ଶକ୍ତିର ପରିଚୟ ତୋ ନିଜ ପାଖରେ ପାଇବୁ ଲୋକମାନେ ଅଭିମାନ ତାଙ୍କ ଉପରେ କରନ୍ତି ଦୁଃଖ ପ୍ରଥମେ ସେ ହରନ୍ତି ବୋଲି ସେଥିପାଇଁ ସମସ୍ତେ ହର ବୋଲି ଡାକନ୍ତି ତାଙ୍କ ଆଶ୍ରୀର୍ବାଦ ମାଆ ତ ଉପରେ ଅଛି ସେଥିପାଇଁ ତାଙ୍କ ଭକ୍ତ ଭାବେ ସେ ନିଜେ ବାଛିଛନ୍ତି ହର ହର ମହାଦେବ 🙏🙏🫶❤️
Poetry Books 50% Off
Bestselling collections from top poets
